ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ସ୍ୱୟମ ପାଢ଼ୀଙ୍କଠାରୁ ଆରମ୍ଭ କରି ପ୍ରଜ୍ଞାଙ୍କ ପର୍ଯ୍ୟନ୍ତ ଓଡ଼ିଆ କଣ୍ଠଶିଳ୍ପୀଙ୍କ ଗୀତ ବର୍ତ୍ତମାନ ଟ୍ରେଣ୍ଡରେ ରହିଛି।

ସମୟ ଥିଲା ଶ୍ରୋତାମାନେ ତାଙ୍କ ପ୍ରିୟ ଗାୟକଙ୍କ କଣ୍ଠସ୍ୱର ସହିତ ବେଶ୍ ପରିଚିତ ଥିଲେ। ଗୀତ ଶୁଣୁ ଶୁଣୁ ସେମାନେ ଜାଣି ନେଉଥିଲେ ଯେ ଏ କାହାର କଣ୍ଠ। ହେଲେ ଶ୍ରୋତାମାନେ ତାଙ୍କ ପ୍ରିୟ ଗାୟକଙ୍କୁ କେବେ ଦେଖିପାରୁନଥିଲେ। ଏବେ କିନ୍ତୁ ଧାରା ବଦଳିଛି। ଶ୍ରୋତା ଗୀତର ମଜା ନେବା ସହ ସେଥିରେ ସେମାନଙ୍କ ପ୍ରିୟ ଗାୟକ ଗାୟିକାଙ୍କୁ ଦେଖି ବି ପାରୁଛନ୍ତି। ଏହି ଧାରା ଯୋଗୁଁ ଏବେ ଓଡ଼ିଶାର କିଛି ଗାୟକ ଓ ଗାୟିକା ବେଶ୍ ଟ୍ରେଣ୍ଡ କରୁଛନ୍ତି।ସ୍ୱୟମ୍ ପାଢ଼ୀ

ଓଡ଼ିଆ ସଙ୍ଗୀତ ଜଗତରେ ବର୍ତ୍ତମାନ ସବୁଠୁ ଟ୍ରେଣ୍ଡରେ ଥିବା ସିଙ୍ଗର ହେଉଛନ୍ତି ସ୍ୱୟମ ପ୍ରଭାସ ପାଢ଼ୀ। ୨୦୧୮ରେ ରିଲିଜ୍ ହୋଇଥିବା ‘ତୁ ନୂଆ ସାୟରୀ’ ଗୀତ ସ୍ୱୟମଙ୍କୁ ବେଶ୍ ମାଇଲେଜ୍ ଦେଇଥିଲା। ଭୁବନେଶ୍ୱର ଟିସିଏସରେ ସପ୍ଟଓ୍ୱେୟାର ଇଞ୍ଜିନିୟର ଭାବେ କାମ କରୁଥିବା ସ୍ୱୟମ ଶାସ୍ତ୍ରୀୟ ସଂଗୀତରେ ମଧ୍ୟ ରୁଚି ରଖନ୍ତି। ‘ତୁ ଏତେ ଭଲ ହେଲୁ କାଇଁ’, ‘ମାଗିବି ଖାଲି ତତେ’, ‘ପଲ୍ ପଲ୍ ତତେ ଚାହେଁ’, ‘ଅମାନିଆ ଯେବେ ମୋ ମନ’, ‘ତୁ ଚଞ୍ଚଳ ନଈଟେ’, ‘ତୁ ମୋର ମେହବୁବା’ ପରି ଅନେକ ସୁପରହିଟ୍ ଗୀତରେ କଣ୍ଠଦାନ କରିଛନ୍ତି। ତାଙ୍କର ପ୍ରତି ଗୀତକୁ ଦର୍ଶକମାନେ ଖୁବ୍ ପସନ୍ଦ କରିଥାନ୍ତି।କୁଲଦୀପ ପଟ୍ଟନାୟକ

ଓଡ଼ିଆ ଆଲବମ୍‌ ଜଗତରେ ଏବେ ଟ୍ରେଣ୍ଡରେ ଅଛନ୍ତି କୁଲଦୀପ ପଟ୍ଟନାୟକ। ନିକଟରେ ମାର୍କେଟକୁ ଆସିଥିବା ପ୍ରାୟ ଓଡ଼ିଆ ଗୀତରେ ସେ କଣ୍ଠଦାନ କରିଛନ୍ତି, ଯାହାକି ବେଶ ହିଟ୍‌ ହୋଇଛି। କୁଲଦୀପଙ୍କ ‘ରାଜହଂସୀ’, ‘ଓ ସାଥୀୟା’, ‘ଧୀରେ ଧୀରେ’, ‘ପ୍ରେମ ହୋଇଯାଏ ସେତେଥର’, ‘ଠୁମକ୍‌ ଠୁମକ୍‌ ଚାଲିରେ’ ଆଦି ଗୀତକୁ ଶ୍ରୋତାମାନେ ଖୁବ୍ ପସନ୍ଦ କରିଛନ୍ତି।ଶଶାଙ୍କ ଶେଖର

ଓଡ଼ିଆ ମ୍ୟୁଜିକ ଇଣ୍ଡଷ୍ଟ୍ରିରେ ଏବେ ଆଉ ଜଣେ ଟ୍ରେଣ୍ଡିଂ ସିଙ୍ଗର ହେଉଛନ୍ତି ଶଶାଙ୍କ ଶେଖର। ୟୁଟ୍ୟୁବରେ ତାଙ୍କ ଗୀତକୁ ଶ୍ରୋତାମାନେ ବେଶ୍ ପସନ୍ଦ କରୁଛନ୍ତି। ପୁରୁଣା ଗୀତରେ ନିଜର ସ୍ୱର ଦେଇ ସେଗୁଡ଼ିକୁ ସେ ନିଜ ପ୍ରଶଂସକମାନଙ୍କୁ ଭେଟି ଦେଉଛନ୍ତି। ଏହି ଗୀତଗୁଡ଼ିକ ମଧ୍ୟରେ ରହିଛି ‘ସୁନାର ଚଢ଼େଇ’, ‘ଫଗୁଣରେ ଫଗୁଣ’, ‘ମୋତେ ମିଳିଗଲା ମୋ ଜୀବନସାଥୀ’, ‘ସାଥୀ ଆଜି ମିଳିଗଲା ମୋ ପିଲାଦିନର’ ଆଦି।ସବିଶେଷ ମିଶ୍ର

ଓଡ଼ିଆ ସଙ୍ଗୀତ ଜଗତରେ ଏବେ ସବିଶେଷ ମିଶ୍ରଙ୍କ ଗୀତଗୁଡ଼ିକ ଟ୍ରେଣ୍ଡରେ ରହିଛି। ‘ମୋ ହୃଦୟ ବଦଳରେ’, ‘ମୋ ଛାତିର ଓ୍ୱାଲପେପର’, ‘ମୋ ଛାତିର ଧଡକନରେ ତୁ’, ‘ତୋ ଦିଲ୍ ମୋ ଆସିୟାନା’, ‘ଭଲପାଏ ତତେ ମୁଁ ଏମିତି’ ପରି ଅନେକ ସୁପରହିଟ୍ ଗୀତରେ ସେ କଣ୍ଠଦାନ କରିଛନ୍ତି।ସୋହିନି ମିଶ୍ର

ଓଡ଼ିଆ କଣ୍ଠଶିଳ୍ପୀଙ୍କ ମଧ୍ୟରେ ସୋହିନି ମିଶ୍ରଙ୍କ ଗୀତ ମଧ୍ୟ ଟ୍ରେଣ୍ଡରେ ରହିଛି। ସୋହିନି ‘ତୁ ନୂଆ ସାୟରି’, ‘ହାଲକା ତୋର ମିଠା ଛୁଆଁରେ’, ‘ମାଗିବି ଖାଲି ତତେ’, ‘କାଞ୍ଚିରେ କାଞ୍ଚିରେ’ ପରି ଅନେକ ସୁପରହିଟ୍ ଓଡ଼ିଆ ଗୀତରେ କଣ୍ଠଦାନ କରିଛନ୍ତି। ଏହାଛଡ଼ା ସେ ହିନ୍ଦୀ ଆଲବମରେ କଣ୍ଠଦାନ କରି ଶ୍ରୋତାଙ୍କ ଭଲପାଇବା ସାଉଁଟିଛନ୍ତି।ପ୍ରଜ୍ଞା ପରମିତା ହୋତା

ଓଡ଼ିଆ ସିଙ୍ଗର ପ୍ରଜ୍ଞା ପରମିତା ହୋତାଙ୍କ ଗୀତଗୁଡ଼ିକୁ ଶ୍ରୋତାମାନେ ବହୁତ ପସନ୍ଦ କରୁଛନ୍ତି। ‘ମଲକା ମଲକା’ ଗୀତ ଗାଇ ସେ ଘରେ ଘରେ ପରିଚିତ ହୋଇଥିଲେ। ପରେ ‘ଓରେ ଦିଲନସି’, ‘ମୁଁ ତୁମର’, ‘ଚୁଲବୁଲି ମନ ଭାରି ଚଗଲି’ ପରି ହିଟ୍ ଗୀତ ଭେଟି ଦେଇ ସେ ଲୋକଙ୍କ ମନ ଜିଣିପାରିଛନ୍ତି।

Comment