ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ସେଲିବ୍ରିଟିଙ୍କ ଡାଇଲଗ୍‌ରେ ରାପ୍‌ କରି ଡିଜିଟାଲ ଦୁନିଆରେ ଚହଳ ପକାଇଛନ୍ତି ୟଶରାଜ ମୁଖାଟେ।

‘ରସୋଡେ ମେ କୌନ ଥା’ ଓ ସହନାଜ ଗିଲଙ୍କ ‘ତ୍ୱଡା କୁତା ଟମି’ ଭଳି କେତେକ ମଜାଦାର ଡାଇଲଗ୍‌ ଉପରେ ରାପ୍‌ ପ୍ରସ୍ତୁତ କରିଥିବା ୟଶରାଜ ମୁଖାଟେଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା ଚାଲିଛି। ବିଭିନ୍ନ ସେଲିବ୍ରିଟିଙ୍କୁ ନେଇ ଏଭଳି ନିଆରା ଭିଡିଓ ପ୍ରସ୍ତୁତ କରି ସେ ଲୋକଙ୍କୁ ହସର ଖୋରାକ ଯୋଗାଇଛନ୍ତି। ଖୁବ୍‌ କମ ଦିନ ଭିତରେ ସେ ୟୁଟ୍ୟୁବରେ ବିଭିନ୍ନ ମଜାଦାର ଭିଡିଓ ପୋଷ୍ଟ କରି ସୋସିଆଲ ମିଡିଆ ସେନସେସନ ପାଲଟିଛନ୍ତି।

ଏବେ ତାଙ୍କର ‘ପାରି ହୋ ରହି ହୈ’ ଭିଡିଓଟି ୟୁଟ୍ୟବ୍‌ରେ ଜବରଦସ୍ତ ସଫଳତା ପାଇଛି। ଖୁବ୍‌ କମ୍‌ ସମୟ ମଧ୍ୟରେ ଏହି ଭିଓଡିକୁ ୯୧ ଲକ୍ଷରୁ ଅଧିକ ଲୋକ ଦେଖିଛନ୍ତି। ଏମିତିକି ବଲିଉଡର ସୁପରଷ୍ଟାର ଅଭିନେତା ସଲମାନ ଖାନ ମଧ୍ୟ ୟଶଙ୍କୁ ମ୍ୟୁଜିକାଲ ଷ୍ଟାଇଲକୁ ପସନ୍ଦ କରିଛନ୍ତି।

କିଏ ଯଶରାଜ ମୁଖାଟେ?

ୟୁଶରାଜ ମୁଖାଟେ ଏହି କିଛି ଦିନ ପୂର୍ବରୁ ଚର୍ଚ୍ଚାକୁ ଆସିଥିଲେ। ଯେତେବେଳେ ସେ ଲୋକପ୍ରିୟ ହିନ୍ଦୀ ସିରିଏଲ ‘ସାଥ୍‌ ନିଭାନା ସାଥିଆ’ର ଏକ ସିନ୍‌ ଉପରେ ମ୍ୟୁଜିକାଲ ରାପ୍‌ ପ୍ରସ୍ତୁତ କରିଥିଲେ କାହା କିଛି ସମୟ ଭିତରେ ଭାଇରାଲ ହୋଇଥିଲା। ଏହାପରେ ସମସ୍ତଙ୍କ ମୁହଁରେ ୟଶଙ୍କ ନାଁ ଶୁଣିବାକୁ ମିଳିଥିଲା।

୧୯୯୫ରେ ଔରଙ୍ଗବାଦରେ ୟଶ ଜନ୍ମ ହୋଇଥିଲେ। ୧୫ ବର୍ଷୀୟ ୟଶ ଜଣେ ଇଞ୍ଜିନିୟର ମଧ୍ୟ। ଏବେ ମ୍ୟୁଜିକ କମ୍ପୋଜ କରିବା ସହିତ ପ୍ରଡ୍ୟୁସ ମଧ୍ୟ କରୁଛନ୍ତି।

Comment