ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ସ୍କୁଲ ଆସିବା ନେଇ ଓଡ଼ିଶା ସରକାର ଦ୍ଵନ୍ଦ୍ୱରେ ପଡ଼ିଛନ୍ତି। ମହାରାଷ୍ଟ୍ର ଓ କେରଳରେ କରୋନା ମାମଲା ପୁଣି ବଢୁଥିବାରୁ ରାଜ୍ୟରେ ଏବେ ସ୍କୁଲ ଖୋଲିବା ଠିକ୍ ହେବ କି ନାହିଁ ସେକଥା ସରକାର ଚିନ୍ତା କରୁଛନ୍ତି। ତେଣୁ ଯାହା ଜଣାପଡୁଛି, ଚଳିତ ଶିକ୍ଷା ବର୍ଷ ଭିତରେ ପଞ୍ଚମ ଶ୍ରେଣୀ ଯାଏଁ ପିଲା ଆଉ ସ୍କୁଲକୁ ଯାଇପାରିବେ ନାହିଁ।

ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି ଯେ, ଛୋଟ ପିଲାଙ୍କ ସ୍କୁଲ ଖୋଲଯିବା ନେଇ ସ୍ଥିତି ଅନୁଧ୍ୟାନ କରୁଛୁ। ପାଠପଢା ନାଁରେ ପିଲାଙ୍କ ସ୍ୱାସ୍ଥ୍ୟକୁ ଆମେ କଦାପି ଅଣଦେଖା କରି ପାରିବା ନାହିଁ।Samir Dashସରସ୍ୱତୀ ପୂଜା ପରେ ପ୍ରାଥମିକ ବିଦ୍ୟାଳୟ ଖୋଲିବା କଥା ସରକାର ଚିନ୍ତା କରୁଥିଲେ। କୋଭିଡ ନିର୍ଦ୍ଦେଶାବଳୀ ଅନୁଯାୟୀ ୨୨ କି ୨୩ରେ ସ୍କୁଲ ଖୋଲିଥାନ୍ତା। ବାର୍ଷିକ ପରୀକ୍ଷା ପୂର୍ବରୁ ଅନ୍ତତଃ ୬୦ ପ୍ରତିଶତ ପାଠ ଶ୍ରେଣୀକକ୍ଷରେ ପିଲାମାନେ ପଢ଼ିଥାନ୍ତେ। କିନ୍ତୁ ଏବେ ଆଉ ଏହା ସମ୍ଭବ ନୁହେଁ।

Comment