ଓଡ଼ିଶାଲାଇଭ୍ ବ୍ୟୁରୋ

ଏଣିକି ଓଡ଼ିଶାର ସମସ୍ତ ମାଟ୍ରିକ ଛାତ୍ରଛାତ୍ରୀ ଅନଲାଇନ ଜରିଆରେ ପାଇବେ ସାର୍ଟିଫିକେଟ୍। ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ପ୍ରମାଣ ପତ୍ର ଓ ଦସ୍ତାବିଜ ଆଦି ସମସ୍ତ ଦରକାରୀ କାଗଜପତ୍ର ଡିଜିଟାଲରେ ମିଳିବ। ମାର୍ଚ୍ଚ ୨୦ ଠାରୁ ଏହି ସେବା ଛାତ୍ରଛାତ୍ରୀମାନେ ପାଇ ପାରିବେ। ଏନେଇ ଟୁଇଟ୍‌ ଯୋଗେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ପ୍ରାରମ୍ଭିକ ପର୍ଯ୍ୟାୟରେ ନବମ ଶ୍ରେଣୀଠାରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଏହି ସୁବିଧା ପାଇବେ। ପରେ ବଳକା ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଏହି ସୁବିଧା ମିଳିବ।

ବିଦ୍ୟାଳୟର ଶିକ୍ଷା ଓ ସଂସ୍କାର କ୍ଷେତ୍ରରେ ପରିବର୍ତ୍ତନ ଆଣିବା ପାଇଁ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ଆଗରୁ ଛାତ୍ରଛାତ୍ରୀଙ୍କ ମନରେ ସାର୍ଟିଫିକେଟ୍ ହଜିଯିବା ଏବଂ ନଷ୍ଟ ହୋଇଯିବାର ଡର ରହୁଥିଲା। କୌଣସି କାରଣବସତଃ ଯଦି ସାର୍ଟିଫିକେଟ୍ ନଷ୍ଟ ହୋଇଯାଏ, ନୂତନ ସାର୍ଟିଫିକେଟ୍ ଆବେଦନ ପାଇଁ ଦୀର୍ଘ ସମୟ ଲାଗିଥାଏ। କିନ୍ତୁ ଏବେ ଅନଲାଇନରେ ସବୁ ତଥ୍ୟ ମିଳିଲେ, ଛାତ୍ରଛାତ୍ରୀଙ୍କ ମନରେ ସେଭଳି ଡର ଦେଖାଯିବ ନାହିଁ। ଓଡ଼ିଶା ସରକାରଙ୍କ ଏଭଳି ପଦକ୍ଷେପକୁ ଉଭୟ ଅଭିଭାବକ ଓ ଛାତ୍ରଛାତ୍ରୀ ସ୍ୱାଗତ କରିଛନ୍ତି।

Comment