ଓଡ଼ିଶାଲାଇଭ୍ ବ୍ୟୁରୋ

ସରକାରୀ ବାବୁମାନଙ୍କ ପାଇଁ ଇ-ଯାନ ବ୍ୟବହାର ବାଧ୍ୟତାମୂଳକ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତୀନ ଗଡକରୀ। ଦିଲ୍ଲୀରେ ଆୟୋଜିତ ‘ଗୋ- ଇଲେକ୍ଟ୍ରିକ୍‌’ ଅଭିଯାନରେ ସାମିଲ ହୋଇ ଏଭଳି ମନ୍ତବ୍ୟ ରଖିଛନ୍ତି ମନ୍ତ୍ରୀ। ଏହାର ବ୍ୟବହାର ଦ୍ୱାରା ଉଭୟ ଇନ୍ଧନ ଓ ସେଥିପାଇଁ ହେଉଥିବା ଖର୍ଚ୍ଚ ସଞ୍ଚୟ ହୋଇପାରିବ। ଏଥିସହ ସେ ତାଙ୍କ ବିଭାଗର ସମସ୍ତ କର୍ମଚାରୀଙ୍କ ପାଇଁ ଇ-ଯାନ ବାଧ୍ୟତାମୂଳକ କରିବାକୁ ଶକ୍ତି ମନ୍ତ୍ରୀ ଆରକେ ସିଂଙ୍କୁ କହିଛନ୍ତି।

‘ଗୋ- ଇଲେକ୍ଟ୍ରିକ୍‌’ ଅଭିଯାନରେ ମନ୍ତ୍ରୀ କହିଛନ୍ତି, ସରକାର ଗ୍ୟାସ କିଣିଲାବେଳେ ସବ୍‌ସିଡି ଦେଉଛନ୍ତି, ସେହିପରି ଇଲେକ୍ଟ୍ରି ଇନ୍ଧନ କିଣିଲାବେଳେ ଲୋକଙ୍କୁ ସବ୍‌ସିଡି ଦିଅନ୍ତୁ। ଏହାଦ୍ୱାରା ଗ୍ୟାସ ପାଇଁ ହେଉଥିବା ଆମଦାନୀ ଖର୍ଚ୍ଚ କମିବ। ଦିଲ୍ଲୀରେ ୧୦ ହଜାର ଇ-ଯାନ ବ୍ୟବହାର କରିବା ଦ୍ୱାରା ମାସକୁ ପାଖାପାଖି ୩୦ କୋଟି ଟଙ୍କା ସଞ୍ଚୟ ହୋଇପାରିବ।

ଅନ୍ୟପକ୍ଷରେ ଏହି ‘ଗୋ-ଇଲେକ୍ଟ୍ରି’ ଅଭିଯାନରେ ଶକ୍ତି ମନ୍ତ୍ରୀ ଆର କେ ସିଂ ଘୋଷଣା କରିଛନ୍ତି, ଖୁବଶୀଘ୍ର ଦିଲ୍ଲୀରେ ଆରମ୍ଭ ହେବ ଇ-ବସ୍ ସେବା। ଏହି ବସ୍ ଦୁଇଟି ଦିଗରେ ଯାତ୍ରା କରିବ। ଗୋଟିଏ ବସ୍ ଦିଲ୍ଲୀରୁ ଆଗ୍ରାକୁ ଯିବାବେଳେ, ଅନ୍ୟ ବସ୍‌ଟି ଦିଲ୍ଲୀରୁ ଜୟପୁରକୁ ଗତି କରିବ।

Comment