ଓଡ଼ିଶାଲାଇଭ୍‌ ବ୍ୟୁରୋ

‘ୟହାଁ ପ୍ୱାରୀ ହୋ ରହି ହୈ’। ଡିଜିଟାଲ ଦୁନିଆରେ ଏବେ ଏହି ନୂଆ ଟ୍ରେଣ୍ଡ ଚାଲିଛି। ଏଥିରେ ପାର୍ଟିକୁ ପ୍ୱାରୀ ବୋଲି କୁହାଯାଇଛି। ୟୁଜର୍ସଙ୍କୁ ବି ଏ ଶବ୍ଦ ବେଶ୍‌ ପସନ୍ଦ ଆସୁଛି। ଏହି ମଜାଦାର ଭିଡିଓ ମାଧ୍ୟମରେ ସୋସିଆଲ ମିଡିଆ ସେନସେସନ ପାଲଟିଛନ୍ତି ୟଶରାଜ ମୁଖାଟେ, ଯାହାଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା ଚାଲିଛି।

ୟଶରାଜଙ୍କ କହିବା କଥା ସେ ଦିନେ ସକାଳୁ ଉଠି ଏକ ଭିଡିଓ ଦେଖିଥିଲେ, ଯେଉଁଥିରେ ଜଣେ ପାକିସ୍ତାନୀ ମହିଳା ପାର୍ଟିକୁ ପ୍ୱାରୀ ବୋଲି କହୁଥିଲେ। ମହିଳାଙ୍କ ଏହି କଥାକୁ ନେଇ ୟଶରାଜ ନିଜ ଷ୍ଟାଇଲରେ ଭିଡିଓ ବନେଇଥିଲେ। ୟ୍ୟୁଟୁବରେ ଅପଲୋଡ ହେବା ପରେ ଏହାକୁ ମାତ୍ର କିଛି ସମୟ ମଧ୍ୟରେ ୨ ମିଲିୟନରୁ ଅଧିକ ଲୋକ ଦେଖିଥିଲେ।

କିଏ ଯଶରାଜ ମୁଖାଟେ?

ୟୁଶରାଜ ମୁଖାଟେ ଏହି କିଛି ଦିନ ପୂର୍ବରୁ ଚର୍ଚ୍ଚାକୁ ଆସିଥିଲେ। ଯେତେବେଳେ ସେ ଲୋକପ୍ରିୟ ହିନ୍ଦୀ ସିରିଏଲ ‘ସାଥ୍‌ ନିଭାନା ସାଥିଆ’ର ଏକ ସିନ୍‌ ଉପରେ ମ୍ୟୁଜିକାଲ ରାପ୍‌ ପ୍ରସ୍ତୁତ କରିଥିଲେ କାହା କିଛି ସମୟ ଭିତରେ ଭାଇରାଲ ହୋଇଥିଲା। ଏହାପରେ ସମସ୍ତଙ୍କ ମୁହଁରେ ୟଶଙ୍କ ନାଁ ଶୁଣିବାକୁ ମିଳିଥିଲା।

୧୯୯୫ରେ ଔରଙ୍ଗବାଦରେ ୟଶ ଜନ୍ମ ହୋଇଥିଲେ। ୧୫ ବର୍ଷୀୟ ୟଶ ଜଣେ ଇଞ୍ଜିନିୟର ମଧ୍ୟ। ଏବେ ମ୍ୟୁଜିକ କମ୍ପୋଜ କରିବା ସହିତ ପ୍ରଡ୍ୟୁସ ମଧ୍ୟ କରୁଛନ୍ତି।

ପୂର୍ବରୁ ‘ରସୋଡେ ମେ କୌନ ଥା’ ଓ ସହନାଜ ଗିଲଙ୍କ ‘ତ୍ୱଡା କୁତା ଟମି’ ଭଳି କେତେକ ମଜାଦାର ଡାଇଲଗ୍‌ ଉପରେ ରାପ୍‌ ପ୍ରସ୍ତୁତ କରିଛନ୍ତି ୟଶରାଜ ମୁଖାଟେ। ବିଭିନ୍ନ ସେଲିବ୍ରିଟିଙ୍କୁ ନେଇ ଏଭଳି ନିଆରା ଭିଡିଓ ପ୍ରସ୍ତୁତ କରି ସେ ଲୋକଙ୍କୁ ହସର ଖୋରାକ ଯୋଗାଇଛନ୍ତି।

Comment