ଓଡ଼ିଶାଲାଇଭ୍ ବ୍ୟୁରୋ

ପରୀକ୍ଷା ପେ ଚର୍ଚ୍ଚା – ୨୦୨୧ ଅବସରରେ ଛାତ୍ରଛାତ୍ରୀଙ୍କ ସମେତ ଏଥର ଶିକ୍ଷକ ଓ ଅଭିଭାବକମାନଙ୍କ ସହିତ ଆଲୋଚନା କରିବେ ମୋଦୀ। ପୂର୍ବରୁ କେବଳ ଛାତ୍ରଛାତ୍ରୀମାନେ ହିଁ ଏଥିରେ ସାମିଲ ହେଉଥିଲେ। କରୋନା କଟକଣା ହେତୁ ଅନଲାଇନ ଜରିଆରେ ଆଲୋଚନା କରାଯିବ।ଏନେଇ ଟୁଇଟ୍ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଆମର ସାହସୀ ପିଲାମାନେ ସେମାନଙ୍କର ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ସମୟରେ ‘ପରୀକ୍ଷା ପେ ଚର୍ଚ୍ଚା ୨୦୨୧’ ଆସୁଛି। ଚଳିତ ଥର ଏହା ସମ୍ପୂର୍ଣ୍ଣ ଅନଲାଇନ ଜରିଆରେ ହେବ। ସାରା ବିଶ୍ଵର ଛାତ୍ରଛାତ୍ରୀମାନେ ଏଥିରେ ସାମିଲ ହୋଇପାରିବେ। ତେଣୁ ପିଲାମାନେ ଚାପମୁକ୍ତ ହୋଇ ପରୀକ୍ଷା ଦିଅନ୍ତୁ।

“ଲୋକମାନଙ୍କର ଚାହିଦା କ୍ରମେ ଏଥର ପରୀକ୍ଷା ପେ ଚର୍ଚ୍ଚାରେ ଛାତ୍ରଛାତ୍ରୀଙ୍କ ସମେତ ସେମାନଙ୍କ ଅଭିଭାବକ ଓ ଶିକ୍ଷକମାନଙ୍କୁ ସାମିଲ କରାଯିବ। ବିଭିନ୍ନ ବିଷୟ ଉପରେ ମଜାଦାର ଆଲୋଚନା ହେବ। ତେଣୁ ଛାତ୍ରଛାତ୍ରୀ, ସେମାନଙ୍କର ଆଗ୍ରହୀ ମାତାପିତା ଓ ଶିକ୍ଷକମାନଙ୍କୁ ଏଥିରେ ବହୁସଂଖ୍ୟାରେ ଅଂଶଗ୍ରହଣ କରନ୍ତୁ”, କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ପରୀକ୍ଷା ପ୍ରସ୍ତୁତି ସମୟରେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କୁ ଚାପମୁକ୍ତ କରିବା ପାଇଁ ୨୦୧୮ରେ ପ୍ରଧାନମନ୍ତ୍ରୀ ମୋଦୀ ପରୀକ୍ଷା ପେ ଚର୍ଚ୍ଚା ଆରମ୍ଭ କରିଥିଲେ। ଏହାପରେ ପ୍ରତିବର୍ଷ ଏହି କାର୍ଯ୍ୟକ୍ରମ ଚାଲି ଆସୁଛି। କିନ୍ତୁ ଚଳିତ ବର୍ଷ କୋଭିଡ କଟକଣା ହେତୁ ଏହାକୁ ଅନଲାଇନ ମାଧ୍ୟମରେ ଆୟୋଜନ କରାଯିବ।

Comment