ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହାରାଷ୍ଟ୍ର, କେରଳ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ପଞ୍ଜାବ ଆଦି ରାଜ୍ୟରେ କରୋନା ସଂକ୍ରମଣ ବଢ଼ିଥିବାରୁ ଓଡ଼ିଶାରେ ପୁଣି ଥରେ କରୋନା ସଂକ୍ରମଣ ବଢ଼ିବାର ଆଶଙ୍କା କରାଯାଉଛି। ଫଳରେ ରାଜ୍ୟ ସରକାର ତତ୍ପରତା ଦେଖାଇଲେଣି। ରାଜ୍ୟର କରୋନା ସ୍ଥିତି ଉପରେ କଡ଼ା ନଜର ରଖାଯାଇଛି। ଲୋକଙ୍କୁ ଲଗାତର ସଚେତନ କରାଯାଉଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ।

‘‘ରାଜ୍ୟରେ କୋଭିଡ ନିୟମ କଡ଼ାକଡ଼ି କରାଯାଉଛି। କୋଭିଡ ଟେଷ୍ଟିଂ ବଢ଼ାଇ ଦିଆଯାଇଛି। ପରିସ୍ଥିତି ବିଗିଡ଼ିଲେ ପୁଣି ଲକଡାଉନ ହୋଇପାରେ’’, କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ।

ଅନ୍ୟପଟେ ରାଜ୍ୟରେ ଏବେ କରୋନା ସ୍ଥିତି ନିୟନ୍ତ୍ରଣରେ ରହିଛି। ଦୈନିକ ରାଜ୍ୟରେ ୫୦ରୁ ୬୦ ଭିତରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। କିନ୍ତୁ ତଥାପି କରୋନା କଟକଣା ମାନିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। କଟକରେ କୋଭିଡ ନିୟମ କଡ଼ାକଡ଼ି କରାଯାଇଥିଲା ବେଳେ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍କୁଲଗୁଡ଼ିକ ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି।

Comment