ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଭିନ୍ନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ଓଡ଼ିଶା ସରକାର ସଚେତନ ହୋଇଛନ୍ତି। ଲୋକଙ୍କୁ ସଚେତନ ରହିବାକୁ ପରାମର୍ଶ ଦିଆଯାଇଛି। ଏହାରିଭିତରେ କଟକ ମହାନଗର ନିଗମ ଅଞ୍ଚଳରେ କରୋନା କଟକଣାକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ଓ ଅନ୍ୟ ଯାହା କରୋନା ଗାଇଡଲାଇନ ରହିଛି ତାହା ପାଳିବାକୁ କଟକ ମହାନଗର ନିଗମ ନିର୍ଦ୍ଦେଶନାମା ଜାରି କରିଛି।

ବିଶେଷ କରି ବିଭିନ୍ନ ମାର୍କେଟ, ଧାର୍ମିକ ଅନୁଷ୍ଠାନ, ବିବାହ କାର୍ଯ୍ୟକ୍ରମ, ଦୋକାନ, ବାଣିଜ୍ୟକ ଅନୁଷ୍ଠାନରେ କୋଭିଡ ନିୟମ ଠିକ ଭାବରେ ପାଳନ ହେଉଛି କି ନାହିଁ ଯାଞ୍ଚ କରାଯିବ। ଏଥିପାଇଁ ସିଏମସି ପକ୍ଷରୁ ୨ଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି।

ଅନ୍ୟପଟେ ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ରାଜ୍ୟରେ କୋଭିଡ ନିୟମାବଳୀ କଡ଼ାକଡ଼ି ପାଳନ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସ୍ୱତନ୍ତ୍ର ରିଲିଫ କମିସନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନ. ସମସ୍ତ ଜିଲ୍ଲାପାଳ. ଏସପି, ମହାନଗର ନିଗମ କମିସନରଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି।

Comment