ଓଡ଼ିଶାଲାଇଭ୍ ବ୍ୟୁରୋ

(ବିଶାଖାପାଟଣାରୁ ଯଶୋବନ୍ତ ପାଢୀ): ଦେଶରେ ପ୍ରଥମ ଥର ପାଇଁ ରେଡିୟାଲ୍ ଫାଟକ ନିର୍ମାଣରେ ହାଇଡ୍ରୋଲିକ୍ ସିଲିଣ୍ଡରର ବ୍ୟବହାର କରାଯାଇଛି। ପୋଲାଭରମ ପ୍ରକଳ୍ପରେ ରେଡିୟାଲ୍ ଫାଟକ ଉଠାଇବା ଏବଂ ତଳକୁ ଖସାଇବା ପାଇଁ ଏହି ଅତ୍ୟାଧୁନିକ ଟେକ୍ନୋଲୋଜିର ବ୍ୟବହାର କରାଯାଇଛି।ସୋମବାର ପୋଲାଭରମରେ ପ୍ରଥମ ହାଇଡ୍ରୋଲିକ୍ ସିଲିଣ୍ଡର ସଫଳତାର ସହ ନିର୍ମାଣ ହୋଇସାରିଛି। ଏଥିପାଇଁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ପୋଲାଭରମ ଯାଇ ନିର୍ମାଣ କାର୍ଯ୍ୟ ସମୀକ୍ଷା କରିବା ସହ ପ୍ରକଳ୍ପକୁ ଠିକ ସମୟରେ ଶେଷ କରିବା ପାଇଁ ଜଳ ସମ୍ପଦ ବିଭାଗ ଏବଂ ଇଞ୍ଜିନିୟରମାନଙ୍କୁ କହିଛନ୍ତି।ଜର୍ମାନୀର ମାଉଣ୍ଟ ହାଇଡ୍ରୋଲିକ୍ କମ୍ପାନି ଏହି ନିର୍ମାଣ କାର୍ଯ୍ୟ କରୁଛି। ପ୍ରକଳ୍ପକୁ ଶୀଘ୍ର ଶେଷ କରିବା ପାଇଁ ଜର୍ମାନୀରୁ ବହୁ ପରିମାଣର ହାଇଡ୍ରୋଲିକ ଉପକରଣ ମଗାଯାଇଛି। ପୋଲାଭରମରେ ସମସ୍ତ ୪୮ଟି ଗେଟ୍‌ରେ ଏହାର ବ୍ୟବହାର କରାଯିବ। ପ୍ରତି ଗେଟ୍‌ରେ ଦୁଇଟି କରି ମୋଟ୍ ୯୬ଟି ହାଇଡ୍ରୋଲିକ୍ ସିଲିଣ୍ଡର ଲଗାଯିବ।

ପ୍ରତ୍ୟେକ ସିଲିଣ୍ଡରର ଓଜନ ପ୍ରାୟ ୨୦ମେଟ୍ରିକ୍ ଟନ୍ ରହିଥିବା ବେଳେ ଏହାର ଲମ୍ବ ରହିଛି ୧୭.୩୦୮ ମିଟର। ହାଇଡ୍ରୋଲିକ୍ ଟେକ୍ନୋଲୋଜି ସହିତ ଫାଟକ ଉଠାଇବା ଦେଶରେ ପ୍ରଥମ। ଏହା ସାହାଯ୍ୟରେ ଗେଟ୍ ପ୍ରତି ମିନିଟରେ ଅଧ ମିଟର ବେଗରେ ଉଠାଯାଇ ପାରିବ।

Comment