ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦେଶରେ ହଠାତ୍‌ କରୋନା ସଂକ୍ରମଣ ବଢ଼ିବାକୁ ନେଇ ସରକାର ଚିନ୍ତାରେ ଅଛନ୍ତି। ଏହି ସଂକମ୍ରଣ ବୃଦ୍ଧି ପାଇଁ ନୂଆ ଷ୍ଟ୍ରେନ ହିଁ ଦାୟୀ ବୋଲି କୁହାଯାଉଛି। ତେବେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତାଜା ତଥ୍ୟ ଅନୁସାରେ ଭାରତରେ ଏଯାଏଁ ୧୮୭ ଜଣଙ୍କଠାରେ କରୋନାର ନୂଆ ଷ୍ଟ୍ରେନ ଚିହ୍ନଟ ହୋଇଛି। ସେହିପରି ୬ ଜଣଙ୍କଠାରେ ସାଉଥ ଆଫ୍ରିକାନ ଷ୍ଟ୍ରେନ ଓ ଜଣଙ୍କଠାରେ ବ୍ରାଜିଲ ଷ୍ଟ୍ରେନ ଚିହ୍ନଟ ହୋଇଛି।

ସବୁଠାରୁ ଚିନ୍ତାର ବିଷୟ ଏବେ ଏହି ଷ୍ଟ୍ରେନକୁ ଛାଡ଼ି ଆଉ ୨ଟି ନୂଆ ଷ୍ଟ୍ରେନ SAR4-CoV-2ର N440K ଓ E484Q ଚିହ୍ନଟ ହୋଇଛି। ମହାରାଷ୍ଟ୍ର, କେରଳ ଓ ତେଲେଙ୍ଗାନାରେ ଏହି ନୂଆ ପ୍ରଜାତି ମିଳିଛି। ଏହି ନୂଆ ନୂଆ ଷ୍ଟ୍ରେନ ପାଇଁ ଦେଶରେ ସଂକ୍ରମଣ ବଢ଼ୁଥିବା କୁହାଯାଉଥିଲା ବେଳେ ସରକାର କିନ୍ତୁ ଏନେଇ କିଛି କହିନାହାନ୍ତି।

ଏହି ନୂଆ ଷ୍ଟ୍ରେନ ଅଧିକ ସଂକ୍ରାମକ ହୋଇଥିବାରୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଗୁଜରାଟ, ରାଜସ୍ଥାନ ଏବଂ ଉତ୍ତରପ୍ରଦେଶ ଭଳି ୫ଟି ରାଜ୍ୟରେ ସଂକ୍ରମଣ ବଢ଼ିଛି। ସତର୍କ ରହିବାକୁ ଏହି ୫ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି।

Comment