ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜିଠୁ ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ୬୦ ବର୍ଷରୁ ଅଧିକ ବୟସ୍କ ସାଧାରଣ ବ୍ୟକ୍ତି ଓ ବହୁବିଧ ରୋଗରେ ପୀଡ଼ିତ ୪୫ ବର୍ଷରୁ ଅଧିକ ଓ ୬୦ ବର୍ଷରୁ କମ୍‌ ବୟସ୍କ ବ୍ୟକ୍ତି ଟିକା ନେଉଛନ୍ତି। ତେବେ ଦେଶବ୍ୟାପୀ ୧୦ ହଜାର ସରକାରୀ ଓ ୨୦ ହଜାର ଘରୋଇ କେନ୍ଦ୍ରରେ ଟିକାକରଣ ପାଇଁ ବ୍ୟବସ୍ଥା ହୋଇଛି।

ଟିକା ନେବା ପାଇଁ କୋଓ୍ୱିନ ଆପ୍‌ରେ ପଞ୍ଜିକରଣ କରିବାକୁ ପଡ଼ିବ। ଯେଉଁମାନେ କୋଓ୍ୱିନ ଆପ୍‌ରେ ପଞ୍ଜିକରଣ କରିନଥିବେ ସେମାନେ ଟିକାକରଣ କେନ୍ଦ୍ରରେ ପଞ୍ଜିକରଣ କରିପାରିବେ।

ସରକାରୀ କେନ୍ଦ୍ରରେ ଏହି ଟିକା ମାଗଣରେ ଦିଆଯାଉଥିଲା ବେଳେ ଘରୋଇ ହସ୍ପିଟାଲରେ ଟିକା ବାବଦ ପ୍ରତି ଡୋଜକୁ ୨୫୦ ଟଙ୍କା କରାଯାଇଛି। ଜାନୁଆରି ୧୬ରୁ ଦେଶରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଥିଲା। ଏହି ପର୍ଯ୍ୟାୟରେ ସ୍ୱାସ୍ଥ୍ୟ କର୍ମୀ ଓ ସମ୍ମୁଖ କରୋନା ଯୋଦ୍ଧାଙ୍କୁ ଟିକା ଦିଆଯାଇଥିଲା।

Comment