ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦେଶବ୍ୟାପୀ ସୋମବାରଠୁ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଥିଲା ବେଳେ ଓଡ଼ିଶାରେ ବି ଟିକାକରଣ ଜୋରସୋର ଚାଲିଛି। ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିକା ନେଇଛନ୍ତି। ବିଧାନସଭା ପରିସରରେ ଥିବା ଡିସପେନସେରିରେ ସେ ପ୍ରଥମ ଡୋଜ୍‌ ଟିକା ନେଇଛନ୍ତି। ଟିକା ନେବା ପରେ ମୁଖ୍ୟମନ୍ତ୍ରୀ ନିଜେ ଟୁଇଟ କରି ଏହି ସୂଚନା ଦେଇଛନ୍ତି।

‘‘ଟିକାର ପ୍ରଥମ ଡୋଜ୍ ନେଇ ମୁଁ ବହୁତ ଖୁସି। ଖୁବଶୀଘ୍ର ଟିକା ପ୍ରସ୍ତୁତ କରିଥିବାରୁ ବୈଜ୍ଞାନିକ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ  ଧନ୍ୟବାଦ। ରାଜ୍ୟକୁ କରୋନା ମୁକ୍ତ କରିବା ପାଇଁ ଯୋଗ୍ୟ ବ୍ୟକ୍ତି ଟିକା ନେବାକୁ ଆଗେଇ ଆସନ୍ତୁ’’, ଟୁଇଟରେ ଲେଖିଛନ୍ତି ମୁଖ୍ୟମନ୍ତ୍ରୀ।

ଏହି ପର୍ଯ୍ୟାୟରେ ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଓ ବହୁବିଧ ରୋଗରେ ପୀଡ଼ିତ ୪୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଟିକା ନେଉଛନ୍ତି। ତେବେ ଦେଶବ୍ୟାପୀ ୧୦ ହଜାର ସରକାରୀ ଓ ୨୦ ହଜାର ଘରୋଇ କେନ୍ଦ୍ରରେ ଟିକାକରଣ ପାଇଁ ବ୍ୟବସ୍ଥା ହୋଇଛି।

Comment