ଓଡ଼ିଶାଲାଇଭ୍ ବ୍ୟୁରୋ

ମାର୍ଚ୍ଚରୁ ମେ’ ୩ ମାସ ମଧ୍ୟରେ ଓଡ଼ିଶାରେ ଭୀଷଣ ତାତି ଅନୁଭୁତ ହେବ। ଏହି ସମୟ ମଧ୍ୟରେ ଦିନବେଳାର ତାପମାତ୍ରା ସ୍ୱାଭବିକଠାରୁ ଅଧିକ ରହିବ। ଫ୍ରେବ୍ରୁଆରି ମାସର ପ୍ରାରମ୍ଭିକ ପାଣିପାଗ ଅବସ୍ଥାକୁ ଦୃଷ୍ଟିରେ ରଖି ଏପରି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ସୋମବାର ଆଞ୍ଚଳିକ ପାଣିପାଗ ସୂଚନା କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ମାର୍ଚ୍ଚ ମାସରୁ ମେ’ ମାସ ଯାଏଁ ଓଡ଼ିଶାରେ ଦିନ ତାପମାତ୍ରା ଅଧିକ ରହିବ। ଏଣୁ ଏହି ସମୟରେ ଭୀଷଣ ଗରମ ଅନୁଭୁତ ହେବ। ସେହିପରି ଛତିଶଗଡ଼, ଗୁଜରାଟ, ଗୋଆ ଓ ଆନ୍ଧ୍ରପ୍ରଦେଶରେ ମଧ୍ୟ ତାତି ବଢ଼ିବ ବୋଲି ଆକଳନ କରାଯାଇଛି।

ରାଜ୍ୟରେ ଏବେ ଦିନ ବେଳାର ତାପମାତ୍ରା ପାଖାପାଖି ୪୦ ଡିଗ୍ରୀ ସେଲସିଅସ ରହୁଛି। ଏପରିକି ରାଜଧାନୀ ଭୁବନେଶ୍ଵର ଏବେ ଦେଶର ସବୁଠାରୁ ଉତପ୍ତ ସହର ଭାବେ ଗଣାଯାଉଛି। ସାଧାରଣତଃ ଏପ୍ରିଲ ବେଳକୁ ରାଜ୍ୟର ତାପମାତ୍ରା ୪୦ ଡିଗ୍ରୀ ଛୁଇଁଥାଏ। କିନ୍ତୁ ଚଳିତ ବର୍ଷ ଏହା ଫେବ୍ରୁଆରିରୁ ହିଁ ପାରଦ ଉପରମୁହାଁ ହୋଇ ରାଜ୍ୟରେ ଭୀଷଣ ଗରମ ଅନୁଭୁତ ହେଲାଣି।

Comment