ଓଡ଼ିଶାଲାଇଭ୍ ବ୍ୟୁରୋ

ସୋମବାରଠାରୁ ଛାତ୍ରଛାତ୍ରୀ ସକାଳୁଆ ସ୍କୁଲ ଯାଇଛନ୍ତି। ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ସମୟ ଅନୁସାରେ ନବମରୁ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀ ସକାଳ ୭ ରୁ ୯ ପର୍ଯ୍ୟନ୍ତ ପଢ଼ିବେ ଏବଂ ଦଶମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ କ୍ଲାସ ସକାଳ ୯ ରୁ ମଧ୍ୟାହ୍‌ଣ ୧ ପର୍ଯ୍ୟନ୍ତ ଚାଲିବ। ରାଜ୍ୟରେ ଫେବ୍ରୁଆରି ମାସରୁ ପ୍ରଚଣ୍ଡ ଖରାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି ସରକାର।

ରାଜ୍ୟରେ ବଢ଼ିବାରେ ଲାଗିଛି ତାତି। ତେଣୁ ଛାତ୍ରଛାତ୍ରୀଙ୍କ ପାଇଁ ସକାଳୁଆ ସ୍କୁଲ ଖୋଲିବାକୁ ଘୋଷଣା କରିଥିଲେ ସରକାର। ଏ ସମ୍ପର୍କରେ ସମସ୍ତ ଡିଇଓଙ୍କୁ ଚିଠି ଲେଖିଥିଲେ ଗଣଶିକ୍ଷା ସଚିବ।

ଖରାକୁ ନଜରରେ ରଖି ସ୍କୁଲଗୁଡ଼ିକରେ ପାନୀୟ ଜଳର ବ୍ୟବସ୍ଥା କରିବାକୁ କୁହାଯାଇଛି। ହସ୍ପିଟାଲମାନଙ୍କରେ ପର୍ଯ୍ୟାପ୍ତ ପରିମାଣରେ ଓଆରଏସ ରଖିବାକୁ ମଧ୍ୟ କୁହାଯାଇଛି। ଖରା ସମୟରେ ଛାତ୍ରଛାତ୍ରୀଙ୍କୁ ନେଇ କ୍ଲାସରୁମ୍ ବାହାରେ କୌଣସି କାର୍ଯ୍ୟକଳାପ କରିବାକୁ ବାରଣ କରାଯାଇଛି। ଉଭୟ ଅଭିଭାବକ ଓ ସ୍କୁଲ କର୍ତ୍ତୁପକ୍ଷ ସଚେତନ ରହି ଛାତ୍ରଛାତ୍ରୀଙ୍କ ପଢ଼ା ଦାୟିତ୍ୱ ତୁଲାଇବେ।

Comment