ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାର କଳା, ସାହିତ୍ୟ ଓ ସଂସ୍କୃତିର ଅନୁରାଗୀ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗାୟକ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି। ଏକ ଓଡ଼ିଆ ଗୀତକୁ ସେ କଣ୍ଠଦାନ କରିଛନ୍ତି। ମହାମାନ୍ୟ ରାଜ୍ୟପାଳ ‘ଏ ମାଟି ଓଡ଼ିଶା, ଏ ଜାତି ଓଡ଼ିଶା’ ଶୀର୍ଷକ ଏକ ଗୀତ ଗାଇଛନ୍ତି। ଏହି ଗୀତ ପାଇଁ ଓଡ଼ିଶାର ଅନ୍ୟ ୧୫ ଜଣ ଶିଳ୍ପୀ କଣ୍ଠଦାନ କରିଛନ୍ତି।

ନିଳାଦ୍ରୀବିହାରର ଏକ ଷ୍ଟୁଡ଼ିଓରେ ରବିବାର ଦିନ ଏହି ଗୀତର ରେକର୍ଡିଂ କରାଯାଇଥିଲା।

ପ୍ରଫେସର ଲାଲ ଏହି ଅବସରରେ କହିଛନ୍ତି ଯେ ,ଏହା କେବଳ ଓଡ଼ିଶା ମାଟିର ଗୁଣଗାନ ନୁହେଁ, ଏହା ଭଗବାନଙ୍କ ପ୍ରତି ସମର୍ପିତ ଓ ସମସ୍ତଙ୍କ ମନକୁ ଏହା ଛୁଇଁବ।

ଗୀତର ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦଙ୍କ କହିବା ଅନୁଯାୟୀ ସମଗ୍ର ମାନବଜାତିର ଆଧ୍ୟାତ୍ମିକ ଉପଲବ୍ଧି ପାଇଁ ଓଡ଼ିଶାର ସଂସ୍କୃତି କିଭଳି ଅବଦାନ ଦେଇ ଆସିଛି ତାହା ଏହି ଗୀତର ନିର୍ଯ୍ୟାସ।

ଗୀତଟିକୁ ବସନ୍ତରାଜ ସାମଲ ଲେଖିଥିବା ବେଳେ ଆସନ୍ତା ଏପ୍ରିଲ ପହିଲା ଉତ୍କଳ ଦିବସ ଅବସରରେ ଏହାର ଲୋକାର୍ପଣ କରାଯିବ।

Comment