ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋରାପୁଟ ସୀମା ଶୁଙ୍କିରୁ ମଙ୍ଗଳବାର ୭କୋଟି ୯୦ ଲକ୍ଷ ଟଙ୍କାର ଜାଲ ନୋଟ ଜବତ ହୋଇଛି। କୋରାପୁଟ ପଟାଙ୍ଗୀ ପୋଲିସ ଓ ଶୁଙ୍କି ଫାଣ୍ଡିର ମିଳିତ ଉଦ୍ୟମରେ ଜାଲ୍‌ ନୋଟ ଜବତ କରାଯାଇଛି।

ଏହାସହିତ ୬ ଜଣ ଗିରଫ ମଧ୍ୟ ହୋଇଛନ୍ତି। ଏନେଇ ସୁନାବେଡା ଏସଡିପିଓ ନିରଞ୍ଜନ ବେହେରା ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତମାନେ ଛତିଶଗଡ଼ର ବୋଲି ଜଣାପଡ଼ିଛି। ୩ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଇଞ୍ଜିନିୟର ଥିବା ବେଳେ ଆଉ ଜଣେ ଜେରକ୍ସ ଏକ୍ସପର୍ଟ ଏବଂ ଅନ୍ୟ ଜଣେ କାର ଡ୍ରାଇଭର ଥିବା ପୋଲିସ କହିଛି।

ଏହି ନକଲି ନୋଟ କାରବାରରେ ବଡ଼ ରାକେଟ କାମ କରୁଥିବା ଅନୁମାନ କରିଛି ପୋଲିସ। ଏହାର ପର୍ଦ୍ଦାଫାସ କରିବା ପାଇଁ ପୋଲିସ ଅଭଯୁକ୍ତଙ୍କୁ ପଚରାଉଚରା କରୁଛି।

ଜବତ ହୋଇଥିବା ସମସ୍ତ ନୋଟ ୫୦୦ ଟଙ୍କିଆ ବୋଲି ଏସଡିପିଓ ନିରଞ୍ଜନ ବେହେରା ପ୍ରକାଶ କରିଛନ୍ତି। ତେବେ ଏହି ଟଙ୍କା ଏକ କାରରେ ଛତିଶଗଡର ରାୟପୁରରୁ ବିଶାଖାପାଟଣା ଚାଲାଣ ହେଉଥିବା ସେ କହିଛନ୍ତି।

Comment