ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଦଳିଲା ସ୍କୁଲ ସମୟ। ଏବେ ୭ଟାରୁ ୯ଟା ପର୍ଯ୍ୟନ୍ତ ନବମ ଓ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀ ସ୍କୁଲ ଆସିବେ। ସେହିପରି ୮ଟାରୁ ୧୨ଟା ପର୍ଯ୍ୟନ୍ତ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କୁ ପାଠ ପଢ଼ାଯିବ। ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ରାଜ୍ୟରେ ଭୀଷଣ ଖରା ହେଉଥିବାରୁ ଏହାକୁ ଦୃଷ୍ଟିରେ ରଖି କିଛି ଦିନ ପୂର୍ବରୁ ସକାଳୁଆ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ହୋଇଥିଲା। ନିଷ୍ପତ୍ତି ଅନୁସାରେ ସକାଳ ୭ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ସ୍କୁଲ ଚାଲିଥିଲା। କିନ୍ତୁ ଦିନ ୧ଟା ବେଳେ ପ୍ରଚଣ୍ଡ ଖରାରେ ସ୍କୁଲରୁ ପିଲାମାନେ କେମିତି ଫେରିବେ ସେଥିପାଇଁ ସମୟ ବଦଳାଇବାକୁ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ଦାବି କରିଥିଲେ। ସେମାନଙ୍କ ଦାବି ପୂରଣ କରି ସ୍କୁଲ ସମୟ ପରିବର୍ତ୍ତନ କରାଯାଇଛି।

ଏହାସହିତ ଖରା ସମୟରେ ଛାତ୍ରଛାତ୍ରୀଙ୍କୁ ନେଇ କ୍ଲାସରୁମ୍ ବାହାରେ କୌଣସି କାର୍ଯ୍ୟକଳାପ କରିବାକୁ ବାରଣ କରାଯାଇଛି। ଉଭୟ ଅଭିଭାବକ ଓ ସ୍କୁଲ କର୍ତ୍ତୁପକ୍ଷ ସଚେତନ ରହି ଛାତ୍ରଛାତ୍ରୀଙ୍କ ପଢ଼ା ଦାୟିତ୍ୱ ତୁଲାଇବେ ନିର୍ଦ୍ଦେଶ ରହିଛି।

Comment