ଓଡ଼ିଶାଲାଇଭ୍ ବ୍ୟୁରୋ

ମହାନଦୀ ଜଳକୁ ନେଇ ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ବିବାଦ ତୁଟିବାର ନାଁ ଧରୁ ନାହିଁ। ଏହାରିମଧ୍ୟରେ ଛତିଶଗଡ଼ ସରକାରଙ୍କ ପକ୍ଷରୁ ଏବେ ଆଉ ନୂଆ ଚାଲ ଖେଳା ଯାଇଛି। ଟ୍ରିବ୍ୟୁନାଲରେ ମହାନଦୀ ଜଳ ବିବାଦର ଶୁଣାଣି ଯେମିତି ନିର୍ଦ୍ଦିଷ୍ଟ ଭାବେ ନହେବ ସେଥିପାଇଁ ଛତିଶଗଡ଼ ଶୁଣାଣିକୁ ବାଟବଣା କରୁଛନ୍ତି।

ନଭେମ୍ବରରୁ ମେ’ ମାସ ଅଣବର୍ଷା ଦିନରେ ହୀରାକୁଦ ଜଳଭଣ୍ଡାରକୁ ଛତିଶଗଡ଼ କେତେ ପାଣି ଛାଡ଼ିବ ସେନେଇ ଓଡ଼ିଶା ସରକାରଙ୍କ ପ୍ରସ୍ତାବର କାଉଣ୍ଟର ପ୍ରସ୍ତାବ ଟ୍ରିବ୍ୟୁନାଲ ମାଗିଥିଲେ। କିନ୍ତୁ ଛତିଶଗଡ଼ ସରକାରଙ୍କ କହିବା ଅନୁସାରେ ଓଡ଼ିଶା ସରକାରଙ୍କ ପକ୍ଷରୁ ମହାନଦୀର ଦୁଇ ଶାଖା ନଦୀ ତେଲ ଓ ଇବ ନଦୀରେ କେତେ ପାଣି ଛଡ଼ାଯିବ ସେହି ପ୍ରସ୍ତାବ ଆସିନାହିଁ। ଫଳରେ ଏହି ବିବାଦର ସମାଧାନ ହେବା ପରିବର୍ତ୍ତେ ଗଡ଼ି ଗଡ଼ି ଯାଉଛି।

ମହାନଦୀ ଜଳ ଟ୍ରିବ୍ୟୁନାଲ ପକ୍ଷରୁ ଫେବ୍ରୁଆରି ୬ ତାରିଖରେ ଏକ ଶୁଣାଣି କରାଯାଇଥିଲା। ଉଭୟ ଓଡ଼ିଶା ଏବଂ ଛତିଶଗଡ଼ ରାଜ୍ୟର ଯୁକ୍ତି ଶୁଣିବା ପରେ ଟ୍ରିବୁନାଲ ପକ୍ଷରୁ ସ୍ପଷ୍ଟ ସଂକେତ ଦିଆଯାଇଥିଲା ଯେ ଅନ୍ତବର୍ତ୍ତୀ ବୁଝାମଣା ଅନୁଯାୟୀ ଖରା ଦିନରେ କେତେ ପାଣି ଛଡ଼ାଯିବ ଉଭୟ ସରକାରଙ୍କ ଦ୍ୱାରା ତାହାର ସମାଧାନ କରାଯିବ। ଯଦି ସମାଧାନ ନ ବାହାରିଲା ତେବେ ଓଡ଼ିଶା ସରକାରଙ୍କ ପ୍ରସ୍ତାବକୁ ଭିତ୍ତି କରି ମାର୍ଚ୍ଚ ୧୩ରେ ଚୂଡାନ୍ତ ଶୁଣାଣି କରାଯିବ।

Comment