ଓଡ଼ିିଶାଲାଇଭ୍ ବ୍ୟୁରୋ

ପିପିଲି ଉପନିର୍ବାଚନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଥିବା କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ କମିସନର ସୁଶୀଲ କୁମାର ଲୋହାନୀ। କିନ୍ତୁ ଏପର୍ଯ୍ୟନ୍ତ କେନ୍ଦ୍ର ନିର୍ବାଚନ ଆୟୋଗଙ୍କ ପକ୍ଷରୁ ତାରିଖ ଘୋଷଣା ହୋଇନାହିଁ। ଉପନିର୍ବାଚନ ପାଇଁ ଆବଶ୍ୟକ ଭିଭିପାଟ ଓ ଇଭିଏମ୍ ମେସିନ ପହଞ୍ଚିସାରିଛି। ସରକାରଙ୍କ କୋଭିଡ ଗାଇଡଲାଇନ ଅନୁସାରେ ନିର୍ବାଚନ ହେବ। ମତଦାନ କେନ୍ଦ୍ର ଚିହ୍ନଟ ହେବା ସହ ପ୍ରସ୍ତୁତି ସରିଥବା ସୂଚନା ମିଳିଛି।

ଉପନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ସରିଛି, କେବଳ କେନ୍ଦ୍ର ନିର୍ବାଚନ କମିସନରଙ୍କ ତାରିଖ ଘୋଷଣାକୁ ଅପେକ୍ଷା କରିଛୁ କହିଛନ୍ତି, ରାଜ୍ୟ ମୁଖ୍ୟ ନିର୍ବାଚନ କମିସନର। ନିର୍ବାଚନ ପାଇଁ ବୁଥ୍ ଚିହ୍ନଟ ହେବାସହ ପୋଲିଂ କର୍ମଚାରୀଙ୍କ ତାଲିକା ହୋଇସାରିଛି। କରୋନା ପାଇଁ ପ୍ରତି ବୁଥ୍‌ରେ ମାତ୍ର ୧ହଜାର ପ୍ରାର୍ଥୀ ଭୋଟ ଦେଇପାରିବେ। ଏହା ମଧ୍ୟରେ ଇଭିଏମ ଅଧିକାରୀମାନଙ୍କ ତାଲିମ କାର୍ଯ୍ୟ ଶେଷ ହୋଇଛି।

ପିପିଲି ଉପନିର୍ବାଚନ ପାଇଁ ଆରମ୍ଭ ହୋଇଯାଇଛି ରାଜନୀତି। ବିଧାୟକ ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ପରେ ସେଠାରେ ହେବାକୁ ଯାଉଛି ଉପନିର୍ବାଚନ। ପ୍ରତିଦ୍ୱନ୍ଦ୍ୱୀ ତାଲିକାରେ ପ୍ରଦୀପ ମହାରଥୀଙ୍କ ପୁଅ ଓ ସ୍ତ୍ରୀ ରହିଥିବାବେଳେ, ମୋ ଓଡ଼ିଶା ମୋ ପରିବାର ମୁଖ୍ୟ ଅରୁପ ପଟ୍ଟନାୟକ ପ୍ରାର୍ଥୀ ଦୌଡ଼ରେ ଥିବାନେଇ ଚର୍ଚ୍ଚା ହେଉଛି। କିନ୍ତୁ ଦଳ ପକ୍ଷରୁ କାହାକୁ ଟିକେଟ ଦିଆଯିବ, ତାହାର ନିଷ୍ପତ୍ତି କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ।

Comment