ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାରାଦେଶରେ ଏବେ କରୋନା ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟ ଚାଲିଛି। ଏହି ପର୍ଯ୍ୟାୟରେ ୬୦ ବର୍ଷ ବୟସରୁ ଅଧିକ ବ୍ୟକ୍ତି ଓ ବହୁବିଧ ରୋଗରେ ପୀଡ଼ିତ ୪୫ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ଟିକା ଦିଆଯାଇଛି। ଟିକା ନେବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ କୋଓ୍ୱିନ ପୋର୍ଟାଲ ଓ ଆରୋଗ୍ୟ ସେତୁ ମୋବାଇଲ ଆପ୍‌ ଜରିଆରେ ରେଜିଷ୍ଟ୍ରେସନ ବ୍ୟବସ୍ଥା କରାଯାଇଛି। ତେବେଏହି କୋଓ୍ୱିନ ପୋର୍ଟାଲ କ’ଣ ଓ ଏଥିରେ କେମିତି ହେଉଛି ରେଜିଷ୍ଟ୍ରେସନ?

କୋ ଓ୍ୱିନ ପୋର୍ଟାଲ କ’ଣ?

ଭାରତୀୟ ନାଗରିକଙ୍କ ଟିକାକରଣ ପାଇଁ କେନ୍ଦ୍ର ସରକାର ଏହି କୋଓ୍ୱିନ ପୋର୍ଟାଲ ଖୋଲିଛନ୍ତି। ଯେଉଁଥିରେ ଲୋକେ ଟିକା ନେବା ପାଇଁ ନିଜ ନାଁ ରେଜିଷ୍ଟ୍ରସନ କରିପାରିବେ। ଏହାସହିତ ନିକଟସ୍ଥ ଟିକା କେନ୍ଦ୍ର ସମ୍ପର୍କରେ ଜାଣିପାରିବେ।

କେମିତି କରିବେ ରେଜିଷ୍ଟ୍ରେସନ?

  • ଟିକା ନେବା ପାଇଁ କୋଓ୍ୱିନ ପୋର୍ଟାଲରେ ରେଜିଷ୍ଟ୍ରେସନ କରିବାକୁ ହେଲେ ଏଥିପାଇଁ ପ୍ରଥମେ ଆପଣଙ୍କୁ gov.in ୱେବସାଇଟ୍ ଯିବାକୁ ପଡ଼ିବ।
  • ଏହା ପରେ ଆପଣ ନିଜ ମୋବାଇଲ୍ ନମ୍ବର ଦେବାକୁ ପଡ଼ିବ।
  • ଏହାପରେ ଆପଣଙ୍କର ମୋବାଇଲ୍ ନମ୍ବରରେ ଏକ ଓଟିପି ଆସିବ।
  • ଓଟିପି ଦେବା ପରେ ଆପଣ ପରବର୍ତ୍ତୀ ପର୍ଯ୍ୟାୟକୁ ଯାଇପରିବେ।
  • ସେଠାରେ ଆପଣଙ୍କୁ ଯେକୌଣିସି ଏକ ପରିଚୟ ପତ୍ର ଦେବାକୁ ପଡ଼ିବ।
  • ଯଦି ଆପଣ ଏଠାରେ ଆଧାରକାର୍ଡ ଦେଲେ ତା’ ପରେ ଆପଣ ନିଜର ଆଧାର ନମ୍ବର ଦେବାକୁ ହେବ।
  • ଏହାପରେ ଆଧାରକାର୍ଡରେ ଆପଣଙ୍କର ଯେଉଁ ନାଁ ରହିଛି ସେହି ନାଁ ଏଠାରେ ଦେବେ।
  • ଏହାପରେ ଆପଣଙ୍କୁ ଲିଙ୍ଗ (ଜେଣ୍ଡର) ଚୟନ କରିବାକୁ ହେବ।
  • ନିଜର ଜନ୍ମ ତାରିଖ ଦେଇ ଆପଣ ନିଜ ନାଁ ଟିକା ପାଇଁ ପଞ୍ଜୀକରଣ କରିପାରିବେ।
  • ଏଠାରେ ଆପଣ ନିଜ ପରିବାରର ଓ ଅନ୍ୟ ସଦସ୍ୟମାନଙ୍କ ପାଇଁ ମଧ୍ୟ ପଞ୍ଜୀକୃତ କରିପାରିବେ।
  • ନିଜ ସୁବଧା ଅନୁଯାୟୀ ନିକଟତମ କେନ୍ଦ୍ର ମଧ୍ୟ ଆପଣ ଚୟନ କରିପାରିବେ।

ଏହାଛାଡ଼ି ଯଦି ଆପଣ ୪୫ ବର୍ଷ ବୟସର, ଓ ଆପଣଙ୍କର ଅନ୍ୟ ଗମ୍ଭୀର ରୋଗ ରହିଛି ତେବେ ଆପଣଙ୍କୁ ଏଠାରେ ଡାକ୍ତରଙ୍କ ଦ୍ୱାରା ଦିଆଯାଇଥିବା ଡାକ୍ତରୀ ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ।

Comment