ଓଡ଼ିଶାଲାଇଭ୍ ବ୍ୟୁରୋ

ବନ୍ୟପ୍ରାଣୀ ଓ ଉଦ୍ଭିଦ ସମ୍ପର୍କରେ ଜନସଚେତନା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ୩କୁ ବିଶ୍ୱ ବନ୍ୟପ୍ରାଣୀ ଦିବସ ଭାବେ ପାଳନ କରାଯାଏ। ଆଜି ଏହି ଅବସରରେ ପୁରୀ ସମୁଦ୍ର ବେଳାଭୂମିରେ, ବନ୍ୟପ୍ରାଣୀ ଜଗତକୁ ନେଇ ସୁନ୍ଦର ଚିତ୍ର ଆଙ୍କି, ବାଲୁକା କଳା ମାଧ୍ୟମରେ ସଚେତନତା ବାର୍ତ୍ତା ଦେଇଛନ୍ତି ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ।

କାହିଁକି ପାଳନ କରାଯାଏ ବିଶ୍ୱ ବନ୍ୟପ୍ରାଣୀ ଦିବସ

ପ୍ରତିବର୍ଷ ମାର୍ଚ୍ଚ ୩କୁ ବିଶ୍ୱ ବନ୍ୟପ୍ରାଣୀ ଦିବସ ଭାବେ ପାଳନ କରାଯାଇଥାଏ। ଏହି ଦିନ ବିଶ୍ୱର ସମସ୍ତ ବନ୍ୟପ୍ରାଣୀ ଓ ଉଦ୍ଭିଦ ଜଗତ ସମ୍ବନ୍ଧରେ ସଚେତନ ସୃଷ୍ଟି କରାଯାଇଥାଏ। ବିଶ୍ୱରେ ଏହି ଦିବସ ପାଳନ କରିବାର ଉଦ୍ଦେଶ୍ୟ, ବନ୍ୟପ୍ରାଣୀ ସଂରକ୍ଷଣ ଓ ସୁରକ୍ଷା। ଏଥିସହ ବିଲୁପ୍ତପ୍ରାୟ ଉଦ୍ଭିଦଙ୍କ ପ୍ରଜାତିକୁ ଲୋକଲୋଚନକୁ ଆଣିବା।

କେବେ ମିଳିଲା ମାନ୍ୟତା :

୨୦୧୩ ଡିସେମ୍ବର ୨୦ରେ ମିଳିତ ଜାତିସଂଘର ସାଧାରଣ ସଭା(ୟୁଏନଜିଏ)ର ନିଷ୍ପତି ଅନୁସାରେ ମାର୍ଚ୍ଚ ୩ କୁ ବିଶ୍ୱବ୍ୟାପୀ ବନ୍ୟପ୍ରାଣୀ ଦିବସର ମାନ୍ୟତା ମିଳିଛି। ସେବେଠାରୁ ଆଜି ପର୍ଯ୍ୟନ୍ତ ମାର୍ଚ୍ଚ ୩ କୁ ବିଶ୍ୱ ବନ୍ୟପ୍ରାଣୀ ଦିବସ ଭାବରେ ପାଳନ କରାଯାଉଛି। ୧୯୭୩ ମାର୍ଚ୍ଚ ୩ରେ ବିଲୁପ୍ତପ୍ରାୟ ପ୍ରଜାତିର ବନ୍ୟଜନ୍ତୁ ଓ ଉଦ୍ଭିଦରେ ସ୍ୱାକ୍ଷରିତ ହୋଇଥିଲା ଅନ୍ତର୍ଜାତୀୟ ବାଣିଜ୍ୟ ସମ୍ମିଳନୀ।

ବିଶ୍ୱ ବନ୍ୟପ୍ରାଣୀ ଦିବସ ୨୦୨୧ର ଥିମ୍ ହେଉଛି, “ଜଙ୍ଗଲ ଏବଂ ଜୀବିକା : ସ୍ଥାୟୀ ବ୍ୟକ୍ତି ଏବଂ ଗ୍ରହ”। ବନ୍ୟ ପ୍ରାଣୀ ଅପରାଧ ବିରୋଧରେ ଲଢ଼ିବା ପ୍ରତ୍ୟେକ ବ୍ୟକ୍ତିର କର୍ତ୍ତବ ଓ ଜରୁରୀ ବୋଲି ଆଜିର ଏହି ଦିନ ମନେ ପକାଇଥାଏ।

Comment