ଓଡ଼ିଶାଲାଇଭ୍ ବ୍ୟୁରୋ

ଏଣିକି ୨୪ ଘଣ୍ଟା ଦିଆଯିବ କରୋନା ଟିକା। ହିତାଧିକାରୀମାନେ ଯେତେବେଳେ ଚାହିଁବେ ହସ୍ପିଟାଲ ଯାଇ ଟିକା ନେଇପାରିବେ। ଟିକା ଦେବା ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟର ଆବଶ୍ୟକ ପଡ଼ିବନାହିଁ। ଏନେଇ କେନ୍ଦ୍ର ସରକାର ସମସ୍ତ ହସ୍ପିଟାଲଗୁଡ଼ିକୁ ୨୪ ଘଣ୍ଟିଆ ଟିକାକରଣ ବ୍ୟବସ୍ଥା କରିବାକୁ ଅନୁମତି ଦେଇଛନ୍ତି।

“ଯେକୌଣସି ଦିନ ଯେକୌଣସି ସମୟରେ ଟିକା ନେଇପାରିବେ ଜନସାଧାରଣ। ଦେଶବ୍ୟାପୀ ଟିକାକରଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାକୁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଓ ସମୟକୁ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ସମର୍ଥନ କରିଛନ୍ତି”, ଟୁଇଟ କରି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ।

ପୂର୍ବରୁ ସକାଳ ୯ରୁ ସନ୍ଧ୍ୟା ୫ ପର୍ଯ୍ୟନ୍ତ ଟିକାକରଣ ପାଇଁ ବ୍ୟବସ୍ଥା ରହିଥିଲା। କିନ୍ତୁ ଏବେ ଏହି ସମୟରେ ପରିବର୍ତ୍ତନ କରାଯାଇଛି। ମାର୍ଚ୍ଚ ୧ ରୁ ଦେଶବ୍ୟାପୀ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଯାଇଛି। ଏଥିରେ ସାମିଲ ହୋଇଛନ୍ତି ୬୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ବ୍ୟକ୍ତି ଓ ୪୫ ରୁ ୬୦ ବର୍ଷ ଭିତରେ ବିଭିନ୍ନ ରୋଗରେ ପୀଡ଼ିତ ଥିବା ବ୍ୟକ୍ତି। ସମଗ୍ର ଭାରତବର୍ଷରେ ଏପର୍ଯ୍ୟନ୍ତ ୧ କୋଟିରୁ ଉର୍ଦ୍ଧ୍ୱ ବ୍ୟକ୍ତି ଏହି ପର୍ଯ୍ୟାୟରେ ଟିକା ନେଇସାରିଥବା ସୂଚନା ମିଳିଛି।

Comment