ଓଡ଼ିଶାଲାଇଭ ବ୍ୟୁରୋ

ମହାରାଷ୍ଟ୍ରରେ କରୋନା ସ୍ଥିତି ଦିନକୁ ଦିନ ଅମସମ୍ଭାଳ ହେବାକୁ ଲାଗିଲାଣି। କାରଣ ଭାରତରେ ଏବେ ଯେତିକି କଂରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ସେମାନଙ୍କ ଭିତରୁ ୬୦ ପ୍ରତିଶତ କେବଳ ମହାରାଷ୍ଟ୍ରରରୁ ଚିହ୍ନଟ ହେଉଛନ୍ତି। ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟାରେ ୧୪, ୩୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୫ ମାସ ଭିତରେ ମହାରାଷ୍ଟ୍ରରେ ଏହା ସର୍ବାଧିକ।

ରାଜ୍ୟରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୨, ୫୨, ୦୫୭ ଥିଲା ବେଳେ ମୃତ୍ୟୁସଂଖ୍ୟା ୫୨୬୧୦ ରହିଛି।

ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର କଡ଼ା ପଦକ୍ଷେପ ନେଇଛନ୍ତି। ନାଗପୁର ସହରରେ ମାର୍ଚ୍ଚ ୧୫ରୁ ୨୧ ଯାଏଁ ସପ୍ତାହକ ପାଇଁ ଲକଡାଉନ୍‌ ଘୋଷଣା କରାଯାଇଛି। ଏହି ସମୟରେ ମଧ୍ୟ ସହରରେ କେବଳ ଜରୁରୀକାଳୀନ ସେବାକୁ ଛାଡ଼ି ଦେଲେ ଅନ୍ୟ ସବୁ କିଛି ବନ୍ଦ ରହିବ।

ମହାରାଷ୍ଟ୍ରରେ ୧୫ ଦିନ ପୂର୍ବରୁ କରୋନା ସ୍ଥିତି ନିୟନ୍ତ୍ରଣରେ ଥିଲା। ଦୈନିକ ୫ରୁ ୬ ହଜାର କରୋନା ସଂକ୍ରମିତ ଚିହ୍ନଟ ହେଉଥିଲେ। ହେଲେ ଏବେ ଏହି ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି।

Comment