ଓଡ଼ିଶାଲାଇଭ୍ ବ୍ୟୁରୋ

ନୂଆ ଭୋଟର ତାଲିକାରେ ନାମ ପଞ୍ଜୀକରଣ କରିଥିବା ପ୍ରାର୍ଥୀ ଏନ୍‌ଭିଏସ୍‌ପି ଓ ଭୋଟର ହେଲ୍ପ ଲାଇନ ଆପ୍ ଜରିଆରେ ନିଜର ଭୋଟର ପରିଚୟପତ୍ର ଡାଉନଲୋଡ କରିପାରିବେ। ଏଥିପାଇଁ ଭାରତ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି। ଏସମ୍ପର୍କରେ ସମସ୍ତ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତଥା ଉପଜିଲ୍ଲାପାଳମାନଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ରାଜ୍ୟ ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ଆଲୋଚନା କରିଛନ୍ତି।

ଭୋଟରମାନଙ୍କ ଭିତରେ ସଚେତନତା ସୃଷ୍ଟି କରିବା ସହ ଇ-ଏପିକ୍ ଡାଉନଲୋଡ କରିବା ପ୍ରଣାଳୀ ସମ୍ପର୍କରେ ଜିଲ୍ଲା ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ଏଥିପାଇଁ ରାଜ୍ୟର ସମସ୍ତ ଭୋଟ ଗ୍ରହଣ କେନ୍ଦ୍ରଗୁଡ଼ିକରେ ମାର୍ଚ୍ଚ ୧୩ ଓ ୧୪ତାରିଖ ଦିନ ସ୍ୱତନ୍ତ୍ର ଅଭିଯାନ କରାଯିବ। ଏଠାରେ ବୁଥସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଇ-ଏପିକ୍ ଡାଉନଲୋଡ କରିବାକୁ ଚାହୁଁଥିବା ପ୍ରାର୍ଥୀମାନଙ୍କୁ ସହଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

କେମିତି ଡାଉନଲୋଡ କରିବେ ଡିଜିଟାଲ ଭୋଟ ପରିଚୟପତ୍ର

  • ଡିଜିଟାଲ୍ ଭୋଟର କାର୍ଡ ପାଇବାକୁ, ପ୍ରଥମେ ଭୋଟର ପୋର୍ଟାଲ୍ voterportal.eci.gov.in କୁ ଯିବାକୁ ପଡ଼ିବ। ସେଠାରେ ନିଜର ସମସ୍ତ ବିବରଣୀ ପୂରଣ କରି ଆକାଉଣ୍ଟ ତିଆରି କରିବାକୁ ପଡ଼ିବ।
  • ଆକାଉଣ୍ଟ ହେବା ପରେ, ଲଗଇନ୍ କରିବାକୁ ପଡ଼ିବ। ଏହା ପରେ, ଡାଉନଲୋଡ୍ ଇ-ଏପିକ୍‌ର ମେନୁକୁ ଯିବେ।
  • ପରବର୍ତ୍ତୀ ପର୍ଯ୍ୟାୟରେ ଏପିକ୍ ନମ୍ବର କିମ୍ବା ରେଫରେନ୍ସ ନମ୍ବର ପ୍ରବେଶ କରିବାକୁ ପଡ଼ିବ, ଯାହା ପରେ ଓଟିପି ଆପଣଙ୍କ ମୋବାଇଲ୍ ନମ୍ବରକୁ ଯିବ।
  • ଇ-ଏପିକ ଡାଉନଲୋଡ୍ କରନ୍ତୁ ଏବଂ ଯଦି ଆପଣଙ୍କ କାର୍ଡରେ ଲେଖାଯାଇଥିବା ଫୋନ୍ ନମ୍ବର ଅଲଗା ତେବେ ଆପଣଙ୍କୁ Know Yur Custmor ବିକଳ୍ପ ଚୟନ କରିବାକୁ ପଡ଼ିବ।
  • କେୱାଇସି ପ୍ରକ୍ରିୟା ଶେଷ କରିବା ପରେ, ଆପଣ ଡିଜିଟାଲ୍ କାର୍ଡ ଡାଉନଲୋଡ କରିପାରିବେ।
  • ମୋବାଇଲ୍ ଆପ୍ ମାଧ୍ୟମରେ ଇ-ଏପିକ୍ ଭୋଟର କାର୍ଡକୁ ଜେନେରେଟ କରାଯାଇପାରିବ। ତେଣୁ ଏହି ଆପ୍ ପାଇଁ ପ୍ଲେ ଷ୍ଟୋରକୁ ଯାଇ ଡାଉନଲୋଡ କରିପାରିବେ।

Comment