ଓଡ଼ିଶାଲାଇଭ୍ ବ୍ୟୁରୋ

ଅଗଷ୍ଟ ପହିଲାରେ ହେବ ଚଳିତ ବର୍ଷର ଡାକ୍ତରୀ ପ୍ରବେଶିକା ପରୀକ୍ଷା(ନିଟ୍‌)। ଏହି ପରୀକ୍ଷା ଅଫଲାଇନରେ ହେବାନେଇ ଏନ୍‌ଟିଏ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଥିଲା। କରୋନା କାଳରେ ସବୁ ଜିଲ୍ଲାରେ ଗୋଟିଏ ଲେଖାଏଁ ପରୀକ୍ଷା ସେଣ୍ଟର କରିବାକୁ ଏନ୍‌ଟିଏକୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର।

ରାଜ୍ୟର ୭ଟି ସହର ଯଥା, ଅନୁଗୁଳ, ବ୍ରହ୍ମପୁର, ବାଲେଶ୍ୱର, ଭୁବନେଶ୍ୱର, କଟକ, ରାଉରକେଲା ଓ ସମ୍ବଲପୁରରେ ପରୀକ୍ଷା ସେଣ୍ଟର କରିବାକୁ ପ୍ରସ୍ଥାବ ରହିଛି। କରୋନା କାଳରେ ଏତେ କମ୍ ସହରରେ ପରୀକ୍ଷା ସେଣ୍ଟର କରିବା ଦ୍ୱାରା ଅଧିକ ପ୍ରାର୍ଥୀ ପରୀକ୍ଷା ଦେବାରୁ ବଞ୍ଚିତ ହୋଇପାରନ୍ତି ଭାବି, ପ୍ରତି ଜିଲ୍ଲାରେ ପରୀକ୍ଷା କେନ୍ଦ୍ର କରିବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଏନ୍‌ଟିଏ ମହାନିର୍ଦ୍ଦେଶକ ଭିନିତ୍ ଯୋଶୀଙ୍କୁ ଚିଠି ଲେଖିଛନ୍ତି।

କରୋନାର ଦ୍ୱିତୀୟ ଲହରୀ ପାଇଁ ରାଜ୍ୟର କିଛି ଅଞ୍ଚଳରେ ଏବେବି ସଟ୍‌ଡାଉନ ଘୋଷଣା କରାଯାଉଛି। ଏହି କ୍ଷେତ୍ରରେ ପରୀକ୍ଷାର୍ଥୀମାନେ ଠିକ୍ ସମୟରେ ସେଣ୍ଟରରେ ପହଞ୍ଚି ପାରିବେନାହିଁ ବୋଲି ଚିଠିରେ ଦର୍ଶାଇଛନ୍ତି ସଚିବ।

Comment