ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶକୁ ଫେରିଛି କରୋନା। କିଛି ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ସଟ୍‌ଡାଉନ, ଲକ୍‌ଡାଉନ ଓ ନାଇଟ କର୍ଫ୍ୟୁ କରାଯାଇଛି। ମାର୍ଚ୍ଚ ୨୯ରେ ହୋଲି ପର୍ବ ଥିବାରୁ, ଭିଡ଼କୁ ନଜରରେ ରଖି ସରକାରଙ୍କ ପକ୍ଷରୁ କଟକଣା ଜାରି କରାଯାଇଛି । ସର୍ବସାଧାରଣରେ ହୋଲି ଖେଳକୁ ବାରଣ କରାଯାଇଛି।

କରୋନା କଟକଣାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନାଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ରାଜ୍ୟରେ କରୋନା ବ୍ୟାପିବା ଆଶଙ୍କା କରାଯାଇ ଚଳିତ ବର୍ଷ ଦୋଳ ପର୍ବ ଓ ଏହାସହ ଜଡ଼ିତ ସମସ୍ତ ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଗହଳିକୁ ବାରଣ କରାଯାଇଛି। ମନ୍ଦିରମାନଙ୍କରେ କରୋନା ଗାଇଡ଼ଲାଇନ ଅନୁସାରେ ପୂଜା କରାଯିବ। ପରିସ୍ଥିତିକୁ ଦୃଷ୍ଟିରେ ରଖି ଦୋଳ ମେଳନ ଓ ମନ୍ଦିରରେ କେତେ ଲୋକ ପ୍ରବେଶ କରିବେ, ତାହାର ନିଷ୍ପତ୍ତି ନେବେ ଜିଲ୍ଲା ପ୍ରଶାସନ ଓ ମହାନଗର ନିଗମ। ଲୋକମାନେ ନିଜ ଘରେ ରହି ହୋଲି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ମାର୍ଚ୍ଚ ୨୯ରେ ହୋଲି ପର୍ବ ପଡ଼ୁଥିବାରୁ ସର୍ବସାଧାରଣରେ ଗହଳି ନକରିବାକୁ ବାରଣ କରାଯାଇଛି। ରାଜ୍ୟରେ ପୁଣିଥରେ କରୋନା ଲେଉଟାଣିକୁ ଲକ୍ଷ୍ୟ କରି ରାଜ୍ୟସରକାର ପୂର୍ବଭଳି କରୋନା କଟକଣାକୁ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଏଣିକି ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ମାସ୍କ ଓ ସାମାଜିକ ଦୂରତା ପାଳନ କରିବାକୁ ବାଧ୍ୟତାମୂଳକ କରାଯାଇଛି। ରାଜ୍ୟରେ ଆରଟିପିସିଆର ଟେଷ୍ଟକୁ ଗୁରୁତ୍ୱ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here