ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ପୁଣି ମୁଣ୍ଡ ଟେକିଛି କରୋନା ସଂକ୍ରମଣ। ଗତ କିଛି ଦିନ ଧରି ସଂକ୍ରମଣ ସଂଖ୍ୟା ଶହେ ଉପରେ ରହୁଥିବାରୁ ଏବେ ସବୁଠି ପୁଣି ଥରେ ଚେକିଂ ଆରମ୍ଭ ହୋଇଯାଇଛି।

ମଙ୍ଗଳବାରଠାରୁ ରାଜଧାନୀ ଭୁବନେଶ୍ୱରରେ ସବୁ ଜନଗହଳି ପୂର୍ଣ୍ଣ ସ୍ଥାନରେ ବିଏମ୍‌ସିର ସ୍ୱତନ୍ତ୍ର ଟିମ୍‌ ତନାଘନା କରିବ ବୋଲି ଜଣାପଡ଼ିଛି। ଭୁବନେଶ୍ୱରରେ କରୋନା ନିୟମ ପାଳନ ହେଉଛି କି ନାହିଁ ଏହି ଟିମ୍‌ ତଦାରଖ କରିବ। ଏନେଇ ବିଏମସି କମିସନର ପ୍ରେମଚନ୍ଦ୍ର ଚଉଧାରୀ ସୂଚନା ଦେଇଛନ୍ତି। ରେଳ ଷ୍ଟେସନ, ସପିଂ ମଲ, ହାଟ ଆଦି ସ୍ଥାନରେ ଏହି ଟିମ୍‌ ଚଢ଼ାଉ କରିବ।

ଶେଷଥର ପାଇଁ ଗତ ଜାନୁଆରି ୨୨ ତାରିଖରେ ସର୍ବାଧିକ ୧୫୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାପରଠାରୁ କରୋନା ତଳମୁହାଁ ହୋଇଥିଲା। ଏବେ କିନ୍ତୁ ରାଜ୍ୟରେ ଧୀରେ ଧୀରେ ସଂକ୍ରମଣ ବଢ଼ୁଛି।

Comment