ଓଡ଼ିଶାଲାଇଭ୍ ବ୍ୟୁରୋ
କିଛି ଦିନର ବ୍ୟବଧାନ ପରେ ରାଜ୍ୟରେ ପୁଣି ମୁଣ୍ଡ ଟେକିଛି କରୋନା। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ କ୍ୱାରେଣ୍ଟାଇନ ସେଣ୍ଟରୁ ୬୭ ଜଣ ଚିହ୍ନଟ ହୋଇଥିଲା ବେଳେ ସ୍ଥାନୀୟ ମାମଲା ୪୬ ରହିଛି।
ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ୨୦ ଜଣ ଆକ୍ରାନ୍ତ ସୁନ୍ଦରଗଡ଼ରୁ ଚିହ୍ନଟ ହୋଇଛନ୍ତି। ସେହିପରି କଟକରୁ ୧୭, ଖୋର୍ଦ୍ଧାରୁ ୧୪, ମୟୂରଭଞ୍ଜରୁ ୧୧, କଳାହାଣ୍ଡିରୁ ୭, ଜଗତସିଂହପୁର, ଅନୁଗୁଳରୁ ୫ ଲେଖାଏଁ, ଯାଜପୁରରୁ ୪, ଝାରସୁଗୁଡ଼ାରୁ ୪, କେନ୍ଦ୍ରପଡ଼ାରୁ ୩ ଚିହ୍ନଟ ହୋଇଛନ୍ତି।
ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୯ ହଜାର ୭୬କୁ ବୃଦ୍ଧି ଘଟିଛି। ତେବେ ଏବେ ରାଜ୍ୟରେ ଆକ୍ଟିଭ କେସ୍ ରହିଛି ୮୯୮। ସେହିପରି ଏବେ ସୁଦ୍ଧା ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୬ ହଜାର ୨୦୬ ଜଣ।
ଅନ୍ୟପଟେ କରୋନା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ସମୀକ୍ଷା କରିବେ ବୋଲି ଜଣାପଡ଼ିଛି।