ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସନ୍ତା ମାସ ଏପ୍ରିଲ ୧୭ ତାରିଖରେ ପିପିଲି ବିଧାନସଭା ଆସନ ପାଇଁ ଉପନର୍ବାଚନ ହେବ। ଚଳିତ ମାସ ଶେଷରେ କଂଗ୍ରେସ ପିପିଲି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବ ବୋଲି ଜଣାପଡ଼ିଛି। ଏନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ ପିପିଲି ପାଇଁ ତିନି ଜଣଙ୍କ ନାମ ସାମ୍ନାକୁ ଆସିଛି। ସେମାନେ ହେଲେ ଅଜିତ ମଙ୍ଗରାଜ, ପୂର୍ଣ୍ଣ ସ୍ୱାଇଁ ଓ ନିଶିକାନ୍ତ ମିଶ୍ର। ଏମାନଙ୍କ ନାମ ହାଇକମାଣ୍ଡଙ୍କ ପାଖକୁ ପଠାଇ ଦିଆଯାଇଛି ବୋଲି କହିଛନ୍ତି ପିସିସି ମୁଖ୍ୟ। ଏଆଇସିସି ଏମାନଙ୍କ ମଧ୍ୟରୁ ଜଣକୁ ବାଛିବେ।

ଏଣେ ପିପିଲିରେ ପ୍ରଚାର ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ରର ୩୦ ଜଣ ନେତାଙ୍କ ଏକ ତାଲିକା ପ୍ରସ୍ତୁତ କରାଯାଇଛି। ଯଦିଓ ବିଭିନ୍ନ ନିର୍ବାଚନରେ କଂଗ୍ରେସର ଭୋଟ ପରିମାଣ ହ୍ରାସ ପାଉଛି ତଥାପି ପିପିଲିରେ ଆମେ  ପ୍ରାର୍ଥୀ ଦେବୁ ଓ ଜିତିବା ପାଇଁ ଉଦ୍ୟମ କରିବୁ ବୋଲି ପିସିସି ସଭାପତି କହିଛନ୍ତି।

Comment