ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ କରୋନା ସଂକ୍ରମଣ ପୁଣିଥରେ ବୃଦ୍ଧି ପାଉଥିବା ବେଳେ ଉତ୍କଳ ଦିବସ ପାଳନ ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର। କରୋନା ଗାଇଡଲାଇନ ଅନୁସାରେ ଅଳ୍ପ ଜନ ସମାଗମରେ ଉତ୍କଳ ଦିବସ ପାଳନ କରିବାକୁ କୁହାଯାଇଛି। ଏନେଇ ଶୁକ୍ରବାର ସ୍ଵତନ୍ତ୍ର ରିଲିଫ୍ କମିସନର ଏକ ବିଜ୍ଞପ୍ତି ଜାରି କରିଛନ୍ତି।

ଏସ୍‌ଆର୍‌ସିଙ୍କ ବିଜ୍ଞପ୍ତି ଅନୁସାରେ ଉତ୍କଳ ଦିବସ ପାଳନ ବେଳେ ସଭାରେ ସର୍ବାଧିକ ୨୦୦ ଲୋକ ଯୋଗଦେଇ ପାରିବେ। ଏଥିସହ ସାମାଜିକ ଦୂରତା, ମାସ୍କ ପିନ୍ଧିବା ଏବଂ ସାନିଟାଇଜର ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି। କୌଣସି ସଂସ୍ଥା କିମ୍ଵା ଘରୋଇ ଅନୁଷ୍ଠାନ ଯଦି ଉତ୍କଳ ଦିବସ ସଭା କରିବାକୁ ଚାହିଁବେ, ତେବେ ଏଥିପାଇଁ ସ୍ଥାନୀୟ ପ୍ରଶାସନ କିମ୍ଵା ଜିଲ୍ଲା ପ୍ରଶାସନ ପାଖରୁ ଆଗୁଆ ଅନୁମତି ନେବାକୁ ପଡ଼ିବ। କରୋନା କଟକଣା ମଧ୍ୟରେ ସମସ୍ତ କାର୍ଯ୍ୟ କରିବାକୁ ବିଜ୍ଞପ୍ତିରେ କୁହାଯାଇଛି।

ଯଦି କୌଣସି ସ୍ଥାନରେ ସରକାରଙ୍କ ଗାଇଡଲାଇନକୁ ଅମାନ୍ୟ କରି ଉତ୍କଳ ଦିବସ ପାଳନ କରାଯାଏ, ତେବେ ୨୦୦୫ର ବିପର୍ଯ୍ୟୟ ପରିଚାଳନା ଆଇନ ଅନୁସାରେ କଠୋର ଦଣ୍ଡବିଧାନ ଗ୍ରହଣ କରାଯିବ।

Comment