ଓଡ଼ିଶାଲାଇଭ୍‌ ବ୍ୟୁରୋvaccination

ଏପ୍ରିଲ ପହିଲାରୁ ୪୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ କରୋନା ଟିକା ଦିଆଯିବ। ଏଥିପାଇଁ ଭୁବନେଶ୍ୱରର ଘରୋଇ ହସ୍ପିଟାଲଗୁଡିକ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ସମ୍ଭାବ୍ୟ ଭିଡ଼କୁ ଦୃଷ୍ଟିରେ ରଖି ଅଧିକ ଟିକା କାଉଣ୍ଟର ଖୋଲିବା ପାଇଁ କିଛି ହସ୍ପିଟାଲ ପଦକ୍ଷେପ ନେଇଛନ୍ତି। ଏଥି ସହିତ ଅଧିକ କର୍ମଚାରୀଙ୍କୁ ମଧ୍ୟ ନିୟୋଜିତ କରାଯିବ।

ଆପୋଲା ହସ୍ପିଟାଲର ଜଣେ ଅଧିକାରୀ କହିଛନ୍ତି ଯେ ଏପ୍ରିଲ ୧ରୁ ଆଉ ଅଧିକ ୨ଟି କାଉଣ୍ଟର ଖୋଲାଯିବ ଯାହାଫଳରେ କି ଭିଡ଼କୁ ନିୟନ୍ତ୍ରଣ କରିହେବ। ଏବେ ଆପୋଲାରେ ଦୈନିକ ଦେଢ଼ ଶହରୁ ଦୁଇ ଶହ ଲୋକ ଟିକା ନେଉଥିବା ବେଳେ ଏପ୍ରିଲ ପହିଲାରୁ ଏହା ୫୦୦ ଛୁଇଁବ ବୋଲି କହିଛନ୍ତି ଆପୋଲା ହସ୍ପିଟାଲ ସିଇଓ ସୁଧୀର ଦିଗଗିକର।

ସେହିଭଳି ଆମ୍ରି ହସ୍ପିଟାଲ ମଧ୍ୟ ୪୫ ବର୍ଷରୁ ଊର୍ଦ୍ଧ୍ଵ ବ୍ୟକ୍ତିଙ୍କ ଟିକାକରଣ ପାଇଁ  ପଦକ୍ଷେପ ନେଇଛନ୍ତି।

କିମ୍ସ ହସ୍ପିଟାଲ ପକ୍ଷରୁ ଡାକ୍ତର ଅମ୍ବିକା ପ୍ରାସାଦ ମହାନ୍ତି କହିଛନ୍ତି ଯେ ଆମର ଯେହେତୁ ଗୋଟିଏ ମେଡ଼ିକାଲ କଲେଜ ଆମର ମାନବିକ ସମ୍ବଳର ଅଭାବ ନାହିଁ। ଏଣୁ ଯେତେ ଭିଡ଼ ହେଲେ ବି ଲୋକଙ୍କର କୌଣସି ଅସୁବିଧା ହେବନି।

Comment