ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତରେ ଅବସ୍ଥାପିତ ରିପବ୍ଲିକ୍ ଅଫ୍ ବୁରୁଣ୍ଡିର ରାଷ୍ଟ୍ରଦୂତ ଷ୍ଟେଲା ବୁଡିରିଗାନ୍ୟା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱ ବାଦ୍ୟାଳୟ ପରିଦର୍ଶନରେ ଆସିଥିଲେ। ଏହି ଅବସରରେ ଭାରତ ଏବଂ ତାଙ୍କ ଦେଶ ମଧ୍ୟରେ ଖଣି, କୃଷି ଓ ଖାଦ୍ୟ ପ୍ରକ୍ରିୟା ମଧ୍ୟରେ ସହଯୋଗ ବୃଦ୍ଧି ନିମନ୍ତେ ସେ ଅନୁରୋଧ କରିଛନ୍ତି। ଓଡ଼ିଶା ଗସ୍ତରେ ଆସିଥିବା ଷ୍ଟେଲା ବୁଡିରିଗାନ୍ୟା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଦର୍ଶନ ଆସିଥିବା ବେଳେ କହିଛନ୍ତି ଯେ ଭାରତର ବିଶ୍ୱବିଦ୍ୟାଳୟଗୁଡ଼ିକର ଗବେଷଣା ପ୍ରତି ଖୁବ୍ ଆଗ୍ରହ ରହିଛି ଏବଂ ଆମ ଦେଶ ଖଣି, କୃଷି ଏବଂ ଖାଦ୍ୟ ପ୍ରକ୍ରିୟା ସମେତ ଶିକ୍ଷା ଓ ଗବେଷଣା ଭଳି କ୍ଷେତ୍ରରେ ସହଭାଗିତା କରିବା ନେଇ ଆଗ୍ରହୀ ରହିଛୁ।

ବୁରୁଣ୍ଡି ରାଷ୍ଟ୍ରଦୂତ ସୋଆ ପରିଦର୍ଶନ ସମୟରେ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର, ପ୍ରୋ ଭାଇସ୍ ଚାନ୍‌ସେଲର୍ ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ବିଭିନ୍ନ ଅନୁଷ୍ଠାନର ଡିନ୍ ଓ କର୍ମକର୍ତା ମାନେ ତାଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିବା ବେଳେ ସେ ସୋଆର ଗବେଷଣା କ୍ଷେତ୍ର ଏବଂ ଶିକ୍ଷାଦାନ ପ୍ରକ୍ରିୟାକୁ ବେଶ ପ୍ରଶଂସା କରିଥିଲେ।

ସୋଆରେ ୧୩ ଟି ବିଭିନ୍ନ ଦେଶରୁ ଛାତ୍ରଛାତ୍ରୀମାନେ ଅଧ୍ୟୟନ କରୁଥିବା ବେଳେ ଏହି ବିଶ୍ୱବିଦ୍ୟାଳୟ ବିଦେଶରୁ ଆସୁଥିବା ଛାତ୍ରଛାତ୍ରୀମାନଙ୍କର ସୁରକ୍ଷିତ ପରିବେଶ ମଧ୍ୟରେ ଉପଯୁକ୍ତ ଯତ୍ନ ନେଉଥିବାର ଜାଣି ସେ ଖୁସି ବ୍ୟକ୍ତ କରିବା ସହ ବୁରୁଣ୍ଡି ଛାତ୍ରଛାତ୍ରୀମାନେ ମଧ୍ୟ ସୋଆରେ ଶିକ୍ଷା ଗ୍ରହଣ କରନ୍ତୁ ବୋଲି ଆଶା ପ୍ରକାଶ କରିଥିଲେ ।

କୋଭିଡ-୧୯କୁ ପ୍ରତିହତ କରିବା ପାଇଁ ଭାକ୍ସିନ୍ ବାହାର କରିବାରେ ଭାରତର ପଦକ୍ଷେପକୁ ଶ୍ରୀମତି ବୁଡିରିଗାନ୍ୟା ଉଚ୍ଚ ପ୍ରଶଂସା କରିଥିଲେ।

ପ୍ରଫେସର ପି.କେ. ନନ୍ଦ ସୋଆର ଶୈକ୍ଷିକ ପ୍ରଣାଳୀ ଓ ଗବେଷଣା ସମ୍ପର୍କରେ ତଥ୍ୟ ଉପସ୍ଥାପନା କରିଥିବା ବେଳେ ଅନ୍ତର୍ଜାତୀୟ ସମ୍ପର୍କ ଓ ଆଡମିଶନ୍ ନିର୍ଦ୍ଦେଶକ ଡକ୍ଟର ନଚିକେତା ଶର୍ମା ସୋଆକୁ ବିଭିନ୍ନ ଦେଶରୁ ଆସିଥିବା ଛାତ୍ରଛାତ୍ରୀଙ୍କ ତଥ୍ୟ ଉପସ୍ଥାପନା କରିଥିଲେ।

Comment