ଓଡ଼ିଶାଲାଇଭ୍‌ ବ୍ୟୁରୋ

ହୋଲି ପାଇଁ ସୋମବାର ଅପରାହ୍‌ଣ ୩ଟା ଯାଏଁ ମୋ ବସ୍‌ ସେବା ବନ୍ଦ ରହିବ। ଅପରାହ୍‌ଣ ୩ଟା ପରେ ମୋ ବସ୍‌ ଚଳାଚଳ ସ୍ୱାଭବିକ ହେବ। ଏନେଇ କ୍ରୁଟ ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି। ଏହାସହିତ ଭୁବନେଶ୍ୱର, ମାଷ୍ଟରକ୍ୟାଣ୍ଟିନରେ ଥିବା ମୋ ବସ୍‌ର ପାସ୍‌ କାଉଣ୍ଟର ଦିନସାରା ବନ୍ଦ ରହିବ ବୋଲି କୁହାଯାଇଛି।

ଅନ୍ୟପଟେ ହୋଲି ଲାଗି କମିସନରେଟ ପୋଲିସ ପକ୍ଷରୁ ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୂତୟନ କରାଯିବ ବୋଲି ସୂଚନା ଦେଇଛନ୍ତି ଡିସିପି ଉମାଶଙ୍କର ଦାଶ।

ହୋଲି ସମୟରେ ସହରାଞ୍ଚଳରେ ସମସ୍ତ ଥାନାଗୁଡ଼ିକୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ୧୨ ଜଣ ଡିସିପି ଓ ୧୫ ଜଣ ଏସିପିଙ୍କୁ ସୁରକ୍ଷା ଦାୟିତ୍ୱ ତଦାରଖ କରିବାକୁ କୁହାଯାଇଛି। ସହରରେ ଅପ୍ରୀତିକର ପରିସ୍ଥିତି ଏଡ଼େଇବାକୁ କମିସନରେଟ ପୋଲିସ ପକ୍ଷରୁ ଷ୍ଟାଇକିଂ ଫୋର୍ସକୁ ସଜାଗ କରାଯାଇଛି।

Comment