ଓଡ଼ିଶାଲାଇଭ୍ ବ୍ୟୁରୋ

ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ସହିତ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷ କରି ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଘଡ଼ଘଡ଼ି ସହ ବର୍ଷା ହେବାର ଆଶଙ୍କା ରହିଛି। ସେହିପରି ଏହି ସମୟ ମଧ୍ୟରେ ରାଜ୍ୟର କିଛି ଜିଲ୍ଲାରେ ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇ ପାରଦ ୪୦ ପାର୍ କରିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।ଉପକୂଳ ଅଞ୍ଚଳରେ କାଳବୈଶାଖୀ ବେଶୀ ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ଦୁଇଦିନ ପାଇଁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି। ରବିବାର କୋରାପୁଟ, କନ୍ଧମାଳ, ଗଜପତି, ଗଞ୍ଜାମ, କଟକ, କେନ୍ଦାପଡ଼ା, ଭଦ୍ରକ, ଜଗତସିଂହପୁର, ଖୋର୍ଦ୍ଧା ଆଜି ଜିଲ୍ଲାଗୁଡ଼ିକର ଗୋଟିଏ ଗୋଟିଏ କିମ୍ଵା ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ରହିବ।

ମାର୍ଚ୍ଚ ୩୧ ପରଠାରୁ ରାଜ୍ୟରେ ପୁଣି ଗ୍ରୀଷ୍ମ ଲହରୀ ଆରମ୍ଭ ହେବ। ବିଶେଷକରି ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ଖରାର ପ୍ରଭାବ ଅଧିକ ରହିବ। ଏହିସବୁ ଜିଲ୍ଲାଗୁଡ଼ିକରେ ଅଂଶୁଘାତଜନିତ ସମସ୍ୟା ମଧ୍ୟ ଦେଖାଦେଇପା‌ରେ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଶଙ୍କା କରାଯାଇଛି।

ମାର୍ଚ୍ଚ ୨୭ ଅପରାହ୍‌ଣରେ ରାଜ୍ୟର କିଛି ସ୍ଥାନରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ହୋଇଥିଲା। ମାତ୍ର ୩୦ ମିନିଟରେ ଟୁଇନ ସିଟି କଟକ-ଭୁବନେଶ୍ଵରରେ ତାଣ୍ଡବ ରଚିଥିଲା କାଳବୈଶାଖୀ। ଏଥିପାଇଁ ସନ୍ଧ୍ୟାରେ ପାଗ ଥଣ୍ଡା ରହିଥିଲା।

Comment