ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏପ୍ରିଲ ପହିଲାରୁ ଅର୍ଥାତ୍ ଗୁରୁବାରଠାରୁ ୪୫ ବର୍ଷ ବୟସରୁ ଅଧିକ ବ୍ୟକ୍ତିଙ୍କୁ କରୋନା ଟିକାକରଣ କରାଯିବ। ଏଣିକି ସେମାନେ ଟିକା ନେବା ଲାଗି ନିଜ ନାଁ ପଞ୍ଜୀକରଣ କରିପାରିବେ। କିଛି ଦିନ ପୂର୍ବରୁ କେନ୍ଦ୍ର କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।

ପୂର୍ବରୁ ୫୦ ବର୍ଷରୁ ଅଧିକ ବ୍ୟକ୍ତି, ବହୁବିଧ ରୋଗରେ ପୀଡ଼ିତ ୪୫ ବର୍ଷରୁ ଅଧିକ ଲୋକଙ୍କୁ ଟିକା ଦିଆଯାଉଥିଲା। ଏବେ ଦେଶରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ବାହାରୁଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

ଅନ୍ୟପଟେ ଦେଶରେ ଏଯାବତ୍ ଦେଶରେ ୬,୩୦,୫୪,୩୫୩ ଜଣ ଟିକା ନେଇଛନ୍ତି। ଦେଶରେ ଏବେ ବି ଟିକାକରଣ ଜାରି ରହିଛି। ବଢ଼ୁଥିବା କରୋନା ସଂକ୍ରମଣକୁ ଦେଖି ସମସ୍ତଙ୍କୁ ସଚେତନ ରହିବାକୁ କେନ୍ଦ୍ର ସରକାର ଅନୁରୋଧ କରିଛନ୍ତି।

Comment