ଓଡ଼ିଶାଲାଇଭ୍‌ ବୁରୋ

ପିପିଲି ଉପନିର୍ବାଚନ ପାଇଁ ଶୁକ୍ରବାର ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କରିଛି ବିଜେଡି। ୩୦ ଜଣିଆ ଏହି ତାଲିକାରେ ବିଜେଡି ନିଜର ବହୁ ନେତା, ମନ୍ତ୍ରୀମାନଙ୍କୁ ସାମିଲ କରିଛି। ଏହି ନେତାମାନେ ପିପିଲି ନିର୍ବାଚନ ପାଇଁ ଦଳର ପ୍ରଚାର କରିବେ।

ଏହି ତାଲିକାରେ ପ୍ରଥମ ସ୍ଥାନରେ ରହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଏହାପରକୁ ପ୍ରଣବ ପ୍ରକାଶ ଦାସ, ଦେବୀ ପ୍ରସାଦ ମିଶ୍ର, ମହେଶ୍ୱର ମହାନ୍ତି, ପିନାକୀ ମିଶ୍ର, ପ୍ରତାପ କେଶରୀ ଦେବ, ଅତନୁ ସବ୍ୟସାଚୀ ନାୟକ, ନିରଞ୍ଜନ ପୂଜାରୀ, ସଞ୍ଜୟ କୁମାର ଦାସବର୍ମା, ପ୍ରମିଳା ମଲ୍ଲିକ ଅଛନ୍ତି।

ସେହିପରି ଅଶୋକ ଚନ୍ଦ୍ର ପଣ୍ଡା, ସମୀର ରଞ୍ଜନ ଦାଶ, ସୁଶାନ୍ତ କୁମାର ସିଂ, ନବକିଶୋର ଦାସ, ଚନ୍ଦ୍ର ସାରଥୀ ବେହେରା, ଟୁକୁନି ସାହୁ, ସ୍ନେହାଙ୍ଗିନୀ ଛୁରୀଆ, ତୁଷାରକାନ୍ତି ବେହେରା, ମୁଜିବୁଲ୍ଲା ଖାନ, ପ୍ରୀତିରଞ୍ଜନ ଘଡ଼ାଇ, ପ୍ରଣବ କୁମାର ବଳବନ୍ତରାୟ, ସୁଧୀର କୁମାର ସାମଲ, ବ୍ୟୋମକେଶ ରାୟ, ଉମାକାନ୍ତ ସାମନ୍ତରାୟ, ଅନନ୍ତ ନାରାୟଣ ଜେନା, ବିଭୂତି ବଳବନ୍ତରାୟ, ରାଜେନ୍ଦ୍ର କୁମାର ସାହୁ, ଦେବୀ ରଞ୍ଜନ ତ୍ରିପାଠୀ, ଆକାଶ ଦାସନାୟକ, ଅରିନ୍ଦମ ରାୟ ମଧ୍ୟ ଏହି ତାଲିକାରେ ଅଛନ୍ତି।

କରୋନା କାଳରେ ଏପ୍ରିଲ ୧୭ରେ ପିପିଲି ନିର୍ବାଚନ ହେବା। ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ ଓ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ। ମେ’ ୨ରେ ଫଳାଫଳ ପ୍ରକାଶ ପାଇବ।

Comment