ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାକୁ ପୁଣି ଘାରିଲାଣି କରୋନା ଡର। କିଛି ଦିନର ବ୍ୟବଧାନ ପରେ ରାଜ୍ୟରେ ଏବେ କରୋନା ସଂକ୍ରମଣ ଉପରମୁହାଁ ହେବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୪୫୨ ଟି ନୂଆ ପଜିଟିଭ୍ କେସ୍ ଚିହ୍ନଟ ହୋଇଛି। ଏଥିମଧ୍ୟରୁ କ୍ଵାରେଣ୍ଟାଇନରୁ ୨୬୭ଟି କେସ୍ ରହିଥିବା ବେଳେ ଲୋକାଲ୍ କେସ୍ ରହିଛି ୧୮୫। ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସର୍ବାଧିକ ୭୭ ଆକ୍ରାନ୍ତ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଥିବାବେଳେ, ଦ୍ୱିତୀୟ ସ୍ଥାନରେ ରହିଛି ସୁନ୍ଦରଗଡ଼ ଓ ତୃତୀୟ ସ୍ଥାନରେ ନୂଆପଡ଼ା । ସୁନ୍ଦରଗଡ଼ରୁ ୭୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ, ନୂଆପଡ଼ାରୁ ୭୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମଣ ସଂଖ୍ୟା ୩ ଲକ୍ଷ ୪୨ ହଜାର ୨୨୪କୁ ଛୁଇଁଛି। ସେହିପରି ଏଯାବତ୍ ୩ ଲକ୍ଷ ୩୭ ହଜାର ୪୩୦ ଜଣ ବ୍ୟକ୍ତି କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ରାଜ୍ୟରେ ୨୮୨୦ଟି କରୋନାର ସକ୍ରିୟ କେସ୍ ରହିଛି।

Comment