ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ୬ଟି ଜିଲ୍ଲାରେ ଆଜି ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡ଼ିକ ହେଲା ମୟୂରଭଞ୍ଜ, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ନୂଆପଡ଼ା ଏବଂ କେନ୍ଦୁଝର। ସାଟେଲାଇଟରୁ ମିଳିଥିବା ତଥ୍ୟ ଅନୁଯାୟୀ ଆଗାମୀ କିଛି ସମୟ ମଧ୍ୟରେ ଏହି ସବୁ ଜିଲ୍ଲାଗୁଡ଼ିକରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଏନେଇ ପାଣିପାଗ ବିଭାଗ ଉପରୋକ୍ତ ଜିଲ୍ଲାଗୁଡ଼ିକ ପାଇଁ ଟୁଇକ କରି ଚେତାବନୀ ବାର୍ତ୍ତା ଜାରି କରିଛି। ଏହି ଜିଲ୍ଲାଗୁଡ଼ିକର ଜନସାଧାରଣଙ୍କୁ ଆବଶ୍ୟକ ନଥିଲେ ଘରୁ ନ ବାହାରିବାକୁ ପାଣିପାଗ ବିଭାଗ ସତର୍କ କରାଇ ଦେଇଛି। ସେହିପରି ବିଜୁଳି, ଘଡ଼ଘଡ଼ି ବେଳେ ନିଜକୁ ନିରାପଦ ରଖିବା ପାଇଁ ସୁରକ୍ଷିତ ସ୍ଥାନକୁ ଯିବାକୁ ବିଭାଗ ପକ୍ଷରୁ କୁହାଯାଇଛି।

ଏଥିସହ ଜିଲ୍ଲା ପ୍ରଶାସନମାନେ ମଧ୍ୟ ଏନେଇ ସତର୍କ ରହିବାକୁ କୁହାଯାଇଛି।

Comment