ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟର ୧୦ଟି ଜିଲ୍ଲାରେ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି। ଏହି ସବୁ ଜିଲ୍ଲାଗଡ଼ିକ ହେଲା, ସୁନ୍ଦରଗଡ଼, ବଲାଙ୍ଗିର, ଝାରସୁଗୁଡ଼ା, ସମ୍ଵଲପୁର, ବରଗଡ଼, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କଳାହାଣ୍ଡି, କୋରାପୁଟ ଏବଂ ମାଲକାନଗିରି। ତେବେ ଜାଣନ୍ତୁ ନାଇଟ୍‌ କର୍ଫ୍ୟୁ ବେଳେ ଏହି ସବୁ ଜିଲ୍ଲାରେ କେଉଁ ସବୁ ସେବା ସ୍ୱାଭାବିକ ରହିବ।

ନାଇଟ୍‌ କର୍ଫ୍ୟୁ ବେଳେ ଅତ୍ୟାବଶ୍ୟକୀୟ ସେବା ଜାରି ରହିବ।

ପେଟ୍ରୋଲ ପମ୍ପ, ସିଏନ୍‌ଜି ଷ୍ଟେସନ ଖୋଲା ରହିବ।

ଖାଦ୍ୟ ପଦାର୍ଥର ହୋମ୍‌ ଡେଲିଭରିକୁ ଅନୁମତି।

ଢାବା, ରେସ୍ତୋରାଁରୁ ପାର୍ସଲ ନେଇ ହେବ।

ପରିଚୟ ପତ୍ର ଦେଖାଇ ଯାତାୟତ କରିପାରିବେ ଗଣମାଧ୍ୟମ ପ୍ରତିନିଧି।

ଶିଳ୍ପ ସଂସ୍ଥା ଓ ନିର୍ମାଣ କାର୍ଯ୍ୟ ଚାଲିବ।

ସ୍ୱାସ୍ଥ୍ୟସେବା ଓ ଔଷଧ ସମ୍ପର୍କିତ କାର୍ଯ୍ୟ ଜାରି ରହିବ।

କର୍ଫ୍ୟୁ ବେଳେ ଦୋକାନ, ବ୍ୟବସାୟିକ ପ୍ରତିଷ୍ଠାନ, ଅଫିସ ବନ୍ଦ ରହିବ।

କର୍ଫ୍ୟୁ ବେଳେ ଜରୁରୀ କାର୍ଯ୍ୟକଳାପ ଛାଡ଼ି ଯାତାୟତ ଉପରେ କଟକଣା।

Comment