ଓଡ଼ିଶାଲାଇଭ୍‌ ବ୍ୟୁରୋ

ଖରାଦିନେ ଶରୀରରୁ ଜଳାଭାବ ଦୂର କରିବା ଲାଗି ଆଖୁରସର ଖୁବ୍ ଉପକାରିତା ରହିଛି। ଏହା ପେଟକୁ ଥଣ୍ଡା କରିବା ସହ ଏହା ହଜମ ଶକ୍ତି ବୃଦ୍ଧି କରିଥାଏ।

  • ଆଖୁରସରେ କ୍ୟାଲ୍ସିୟମ, ପୋଟାସିୟମ୍, ମ୍ୟାଗ୍ନେସିୟମ, ଲୌହ ଏବଂ ମାଙ୍ଗାନିଜ୍ ଭରପୁର ମାତ୍ରାରେ ଥାଏ। ଯାହାଦ୍ୱାରା କର୍କଟ ଭଳି ରୋଗର ଆଶଙ୍କା କମିଥାଏ।
  • ଆଖୁରସରେ ଥିବା ପ୍ରଚୁର ପରିମାଣର କ୍ୟାଲ୍ସିୟମ୍ ଖାଦ୍ୟ ହଜମ ହେବାରେ ସହାୟକ ହୋଇଥାଏ। ବିଶେଷ କରି କୋଷ୍ଠକାଠିନ୍ୟ ସମସ୍ୟା ଭୋଗୁଥିବା ଲୋକମାନେ ନିୟମିତ ଆଖୁରସ ପିଇବା ଆବଶ୍ୟକ।
  • ଏହା ଶରୀରରୁ ଅଦରକାରୀ କୋଲେଷ୍ଟେରୋଲ୍ କମାଇବାରେ ସହାୟକ ହୋଇଥାଏ। ତେଣୁ ହୃଦ୍‌ରୋଗ ଆଶଙ୍କା କମିଥାଏ।
  • ଆଖୁରସ ପିଇବା ଦ୍ୱାରା ଶରୀରରୁ ଖରାପ କୋଲେଷ୍ଟେରୋଲ୍ କମିଯିବାରୁ ଓଜନ ବି ହ୍ରାସ ପାଇଥାଏ ।
  • ତ୍ୱଚାର ବିଭିନ୍ନ ସମସ୍ୟାରୁ ଏହା ମୁକ୍ତି ଦେଇଥାଏ।
  • ଆଖୁରସରେ ଶର୍କରା ଅଂଶ ରହୁଥିବାରୁ ଏହା ଶରୀରକୁ ଉପଯୁକ୍ତ ପୋଷଣ ଦେଇଥାଏ। ତେଣୁ ଖରାଦିନେ ଆଖୁରସ ପିଇବା ଦ୍ୱାରା ବ୍ୟକ୍ତି ମୁଣ୍ଡ ବୁଲାଇ ପଡ଼ିଯିବା ଭଳି ଘଟଣାର ଆଶଙ୍କା କମିଥାଏ।
  • ଜଣ୍ଡିସ୍ ରୋଗୀଙ୍କ ପାଇଁ ଆଖୁରସ ମହୌଷଧି ଭଳି କାମ କରେ। ତେବେ ପରିଷ୍କାର ସ୍ଥାନରୁ ଆଖୁରସ ନ ପିଇଲେ ଓଲଟା ଫଳ ମିଳିଥାଏ।

Comment