ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶରେ ଚିନ୍ତା ବଢ଼ାଉଛି କରୋନାର ଦ୍ୱିତୀୟ ଲହରୀ। କିଛିଦିନ ପରେ ପୁଣିଥରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ। କେନ୍ଦ୍ରର ରିପୋର୍ଟ ମୂତାବକ ଦିନକରେ ୧ଲକ୍ଷ ପାରହୋଇଛି ସଂକ୍ରମିତଙ୍କ ସଂଖ୍ୟା। ମହାରାଷ୍ଟ୍ରରୁ ସର୍ବାଧିକ ସଂକ୍ରମିତ ଚିହ୍ନଟ ହେଉଥିବା ସୂଚନା ରହିଛି। କରୋନା ସ୍ଥିତିକୁ ନେଇ ଏପ୍ରିଲ ୮ରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ବର୍ତ୍ତମାନର ରାଜ୍ୟମାନଙ୍କରେ କରୋନ ସ୍ଥିତି ଓ ଟିକାକରଣ ପ୍ରକ୍ରିୟାକୁ ନେଇ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ। ଏଥିସହ ରାଜ୍ୟମାନଙ୍କରେ ଟିକାକରଣକୁ ବ୍ୟାପକ କରିବା ସମ୍ପର୍କରେ ମଧ୍ୟ ଆଲୋଚନା କରିପାରନ୍ତି।

ଦେଶର ୫ଟି ସ୍ଥାନ ମହାରାଷ୍ଟ୍ର, ପଞ୍ଜାବ, କର୍ଣ୍ଟାଟକ, ଗୁଜୁରାଟ ଓ ତାମିଲନାଡ଼ୁରେ ଏବେ କରୋନା ପଜିଟିଭ୍ ସଂଖ୍ୟା ଅଧିକ ରହିଛି। ସେଥିପାଇଁ ସେହି ରାଜ୍ୟମାନଙ୍କରେ ସଟ୍‌ଡାଉନ, ନାଇଟ୍ କର୍ଫ୍ୟୁ ଘୋଷଣା କରାଯାଇଛି। କରୋନା ଲେଉଟାଣିକୁ ନଜରରେ ରଖି ଅନ୍ୟ ରାଜ୍ୟମାନେ ଆଗୁଆ ସତର୍କତ୍ତା ପଦକ୍ଷେପ ନେଇଛନ୍ତି।

Comment