ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଦିନକୁ ଦିନ କରୋନା ସଂକ୍ରମଣ ହୁ ହୁ ହୋଇ ବଢୁଥିବା ବେଳେ ଆଜିଠାରୁ ରାଜ୍ୟର ୧୦ଟି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ ହେବ।  ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାର ୭ଟି ଓ ଦକ୍ଷିଣ ଓଡ଼ିଶାର ୩ଟି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗିବ। ଏହି ସମୟରେ କେହି ଘରୁ ବାହାରି ପାରିବେ ନାହିଁ। କେବଳ ଜରୁରୀ ସେବାକୁ ଅନୁମତି ମିଳିବ।

କର୍ଫ୍ୟୁ ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ହେଉଛି ସୁନ୍ଦରଗଡ଼, ବଲାଙ୍ଗିର, ଝାରସୁଗୁଡ଼ା, ସମ୍ଵଲପୁର, ବରଗଡ଼, ନୂଆପଡ଼ା, ନବରଙ୍ଗପୁର, କଳାହାଣ୍ଡି, କୋରାପୁଟ ଏବଂ ମାଲକାନଗିରି। ଏହି ଜିଲ୍ଲାଗୁଡ଼ିକରେ ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ଏସ୍‌ଓପି ଜାରି କରାଯାଇଛି। କର୍ଫ୍ୟୁ ସମୟରେ ଯଦି କୌଣସି ବ୍ୟକ୍ତି ବିନା କୌଣସି କାମରେ ଘରୁ ବାହାରିବେ ତେବେ ତାଙ୍କୁ ଦଣ୍ତିତ କରାଯିବାର ବ୍ୟବସ୍ଥା ରହିଥିବା ସୂଚନା ରହିଛି।

ନାଇଟ୍‌ କର୍ଫ୍ୟୁ ବେଳେ କେଉଁ ସବୁ ସେବା ସ୍ୱାଭାବିକ ରହିବ?

  • ନାଇଟ୍‌ କର୍ଫ୍ୟୁ ବେଳେ କେବଳ ଅତ୍ୟାବଶ୍ୟକୀୟ ସେବା ଜାରି ରହିବ।
  • ପେଟ୍ରୋଲ ପମ୍ପ, ସିଏନ୍‌ଜି ଷ୍ଟେସନ ଆଦି ଖୋଲା ରହିବ।
  • ଏହି ସମୟରେ ଖାଦ୍ୟ ପଦାର୍ଥର ହୋମ୍‌ ଡେଲିଭରିକୁ ଅନୁମତି।
  • ଢାବା, ରେସ୍ତୋରାଁରୁ ପାର୍ସଲ ମଧ୍ୟ ନେଇହେବ।
  • ଡାକ୍ତର, ପାରା ମେଡିକାଲ ଷ୍ଟାଫ୍, ଗଣମାଧ୍ୟମ ପ୍ରତିନିଧି ଆଦି ପରିଚୟ ପତ୍ର ଦେଖାଇ ଯାତାୟତ କରିପାରିବେ।
  • ଶିଳ୍ପ ସଂସ୍ଥା ଓ ନିର୍ମାଣ କାର୍ଯ୍ୟ ଚାଲିବ।
  • ସ୍ୱାସ୍ଥ୍ୟସେବା ଓ ଔଷଧ ସମ୍ପର୍କିତ କାର୍ଯ୍ୟ ଜାରି ରହିବ।
  • କର୍ଫ୍ୟୁ ବେଳେ ଦୋକାନ, ବ୍ୟବସାୟିକ ପ୍ରତିଷ୍ଠାନ, ଅଫିସ ଆଦି ବନ୍ଦ ରହିବ।
  • କର୍ଫ୍ୟୁ ବେଳେ କେବଳ ଜରୁରୀ କାର୍ଯ୍ୟକଳାପକୁ ଛାଡ଼ି ସାଧାରଣ ଯାତାୟତ ଉପରେ କଟକଣା ରହିବ।
  • କର୍ଫ୍ୟୁ ସମୟରେ ବିଜୁଳି, ଅଗ୍ନିଶମ, ଟେଲିକମ୍, ଜଳ ଯୋଗାଣ, ଟ୍ରେନ୍, ବିମାନ ସେବା ଆଦି ଜାରି ରହିବ।

Comment