ଓଡ଼ିଶାଲାଇଭ୍‌ ବ୍ୟୁରୋ    

ଦିଲ୍ଲୀରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ନାଇଟ କର୍ଫ୍ୟୁ ଘୋଷଣା ହୋଇଛି। ଆଜି ରାତିରୁ ଏପ୍ରିଲ ୩୦ ଯାଏଁ ଏହି କଟକଣା ବଳବତ୍ତର ରହିବ। ଫଳରେ ରାତି ୧୦ରୁ ସକାଳ ୫ଟା ଯାଏଁ ଦୋକାନ ବଜାରଠାରୁ ଆରମ୍ଭ କରି ଗମନାଗମନ ସବୁକିଛି ବନ୍ଦ ରହିବ।

ଦିଲ୍ଲୀରେ ଏବେ କରୋନା ସଂକ୍ରମଣର ଦ୍ୱିତୀୟ ଲହରୀ ଚାଲିଛି। କ୍ରମାଗତ ଭାବେ କରୋନା ଭାଇରସ ସଂକ୍ରମଣ ବୃଦ୍ଧି ପାଉଛି। ଚାରିମାସ ପରେ ସଂକ୍ରମଣ ହାର ୫.୫୪ ପ୍ରତିଶତରେ ପହଞ୍ଚିଛି, ଯାହାକି ୧୨୫ ଦିନ ମଧ୍ୟରେ ସର୍ବାଧିକ। ଏହାପୂର୍ବରୁ ଡିସେମ୍ବର ୧ରେ ସଂକ୍ରମଣ ହାର ୬.୮୫ ପ୍ରତିଶତ ଥିଲା।

ଏହି କାରଣରୁ, ଦିଲ୍ଲୀର କରୋନା ଅନିୟନ୍ତ୍ରିତ ହୋଇପାରିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୫ ରୋଗୀଙ୍କ ମୃତ୍ୟୁ ଘଟିଛି। ତଥାପି ଦିଲ୍ଲୀରେ ଲୋକମାନେ କୋଭିଡ ନିୟମକୁ କଡ଼ାକଡ଼ି ପାଳନ କରୁନାହାଁନ୍ତି। ଏବେ ବି ବଜାରରେ ବିନା ମାସ୍କରେ ଲୋକେ ବୁଲୁଥିବା ଦେଖିବାକୁ ମିଳୁଛି। ଏଥିପାଇଁ ଦିଲ୍ଲୀ ସରକାର ନାଇଟ କର୍ଫ୍ୟୁ ଭଳି ଆଭିମୁଖ୍ୟ ଗ୍ରହଣ କରିଛନ୍ତି।

Comment