ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ଟିକା ନେବାର ଦଶ ଦିନ ପରେ ଟିଟିଲାଗଡ଼ର ଜଣେ ୫୭ ବର୍ଷୀୟ ବ୍ୟକ୍ତି କରୋନା ପିଜିଟିଭ ବାହାରିଛନ୍ତି। ତାଙ୍କୁ ସମ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ତାଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି।

ଡାକ୍ତରଙ୍କ କହିବା ଅନୁଯାୟୀ ଏହି ବ୍ୟକ୍ତିଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ତେବେ ତାଙ୍କର ଅନ୍ୟ ଅଙ୍ଗ ପ୍ରତ୍ୟଙ୍ଗ ଠିକ ଅଛି ବୋଲି କହିଛନ୍ତି ଡାକ୍ତର। ଉକ୍ତ ବ୍ୟକ୍ତିଙ୍କର ଫୁସଫୁସ ଗୁରୁତର ଭାବେ ସଂକ୍ରମିତ ହୋଇଥିବା ଜଣାପଡିଛି। ତାଙ୍କୁ ଆଉ କିଛି ଦିନ ଭେଣ୍ଟିଲେଟରରେ ରଖାଯିବ।

ଏହି ରୋଗୀ ଜଣକ ଫେବ୍ରୁଆରି ୬ ତାରିଖରେ ପ୍ରଥମ ଡୋଜ ଓ ମାର୍ଚ୍ଚ ୧୦ ରେ ଦ୍ଵିତୀୟ ଡୋଜ ନେଇଥିଲେ। ଟିକା ନେବାର ଦଶ ଦିନ ପରେ ତାଙ୍କ ପଖରେ କୋଭିଡ ଲକ୍ଷଣ ପ୍ରକାଶ ପାଇବାରୁ ପରିବାର ଲୋକେ ବଲାଙ୍ଗିରର ଏକ ହସ୍ପିଟାଲକୁ ତାଙ୍କୁ  ନେଇଯାଇଥିଲେ। ସେଠାରେ ତାଙ୍କର ପରୀକ୍ଷା କରାଯିବା ପରେ ସେ ପଜିଟିଭ ବାହାରିଲେ।

Comment