ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ଟିକାର ପ୍ରଥମ ଡୋଜ୍‌ ନେବାର ୨୮ ଦିନ ପରେ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ୱିତୀୟ ଡୋଜ୍‌ ନେଇଛନ୍ତି। ଟିକା ନେବା ସମୟର ଏକ ଫଟୋ ସେୟାର୍‌ କରିବା ସହ ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ‘‘ଆଜି ଏମ୍‌ସ୍‌ରେ କୋଭିଡ୍‌-୧୯ ଟିକାର ଦ୍ୱିତୀୟ ଡୋଜ୍‌ ନେଲି। ଭୂତାଣୁକୁ ହରାଇବା ଲାଗି ଥିବା ସ୍ୱଳ୍ପ କେତୋଟି ଉପାୟ ମଧ୍ୟରୁ ଟିକାକରଣ ଗୋଟିଏ। ତେଣୁ ତୁରନ୍ତ ଟିକା ନିଅନ୍ତୁ। CoWin.gov.inରେ ପଞ୍ଜିକରଣ କରନ୍ତୁ’’।

ପୁଡୁଚେରୀର ପି. ନିବେଦିତା ଏବଂ ପଞ୍ଜାବର ନିଶା ଶର୍ମା, ଦୁଇଜଣ ନର୍ସ ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦ୍ୱିତୀୟ ଡୋଜ୍‌ ଟିକା ଦେଇଛନ୍ତି।

ମାର୍ଚ୍ଚ୧ରୁ ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଥିଲା। ପ୍ରଥମ ବ୍ୟକ୍ତି ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟିକା ନେଇଥିଲେ।

Comment