ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ କରୋନା ସଂକ୍ରମଣ ଭୟାନକ ହେଉଛି। ହେଲେ ଏବେ ବି କିଛି ଲୋକ ଖୁଲମ ଖୁଲ୍ଲା ବୁଲୁଛନ୍ତି। ନା ମୁହଁରେ ରହୁଛି ମାସ୍କ, ନା ରହୁଛି ସାମାଜିକ ଦୂରତା। ଏଭଳି ଅମାନିଆଙ୍କୁ ସାବାଡ କରିବା ପାଇଁ ଓଡ଼ିଶା ପୋଲିସ ନେଇଛି କଡ଼ା ଆଭିମୁଖ୍ୟ। ଗତ ୨୪ ଘଣ୍ଟାରେ ଅମାନିଆଙ୍କଠାରୁ ୨୫ ଲକ୍ଷ ୭ ହଜାର ୩ ଶହ ଟଙ୍କା ଜରିମାନା ଆଦାୟ କରିଛି ପୋଲିସ।

ଓଡ଼ିଶା ପୋଲିସ ପକ୍ଷରୁ ଚାଲିଥିବା ସ୍ପେଶାଲ ଡ୍ରାଇଭରେ ରାଜ୍ୟବ୍ୟାପୀ ମାସ୍କ ଓ ସାମାଜିକ ଦୂରତ୍ୱ ଉଲ୍ଲଙ୍ଘନକାରୀ ୯,୪୦୦ ଜଣଙ୍କଠାରୁ ଜରିମାନା ଆଦାୟ କରାଯାଇଛି। ଏନେଇ ଓଡ଼ିଶା ପୋଲିସ ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି।

ରାଜ୍ୟରେ ପ୍ରତିଦିନ ରେକର୍ଡ ସଂଖ୍ୟକ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ଗତକାଲି ୭୯୧ଜଣ ଚିହ୍ନଟ ହୋଇଥିବାବେଳେ, ଆଜି ୮୭୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କରୋନାରେ ବ୍ରେକ ଲଗାଇବାକୁ ପୋଲିସ ଏବେ କଡ଼ା ଆଭମୁଖ୍ୟ ଗ୍ରହଣ କରୁଛନ୍ତି। ସ୍ଥାନେ ସ୍ଥାନେ ପୋଲିସ ଯାଞ୍ଚ କରୁଛି।

କରୋନା ସଂକ୍ରମଣର ପ୍ରଥମ ଲହରରେ ମଧ୍ୟ ଓଡ଼ିଶା ପୋଲିସ ପକ୍ଷରୁ ଏହିଭଳି ପଦକ୍ଷେପ ନେଇଥିଲା। ଅମାନିଆଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଥିଲା।

Comment