ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କର ବେଶ୍ ବିନ୍ଦାସ୍ ନିଜର ବିନ୍ଦାସ୍‌ ମନୋଭାବ  ବିବାଦୀୟ ବୟାନବାଜି ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି

ସ୍ୱରା ବଲିଉଡରେ ନିଜର ଅଭିନୟ ପାଇଁ ଯେତିକି ଚର୍ଚ୍ଚିତା ହୋଇଛନ୍ତି, ଠିକ୍‌ ସେତିକି ଚର୍ଚ୍ଚାରେ ରହିଛନ୍ତି ନିଜର ବିବାଦୀୟ ଟିପ୍ପଣୀ ପାଇଁ। ସ୍ୱରାଙ୍କୁ ଦର୍ଶକ ଇତିମଧ୍ୟରେ ‘ଗୁଜାରିଶ୍‌’, ‘ପ୍ରେମ୍‌ ରତନ୍‌ ଧନ୍‌ ପାୟୋ’, ‘ନୀଲ୍‌ ବଟେ ସନାଟା’, ‘ତନୁ ୱେଡ୍‌ସ ମନୁ’, ‘ରାଁଝଣା’ ଏବଂ ‘ବୀରେ ଦି ୱେଡିଂ’ ଆଦି ସିନେମାରେ ଭିନ୍ନ ଭିନ୍ନ ଭୂମିକାରେ ଦେଖିବାକୁ ପାଇଛନ୍ତି।

ଭଂସାଲୀଙ୍କୁ ଲେଖିଥିଲେ ଖୋଲା ଚିଠି

ଅଭିନେତ୍ରୀ ସ୍ୱରା ଭାସ୍କର ବିଖ୍ୟାତ ନିର୍ମାତା- ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀଙ୍କ ଫିଲ୍ମ ‘ପଦ୍ମାବତ୍’ ଦେଖିବା ପରେ ତାଙ୍କୁ ଏକ ଖୋଲାଚିଠି ଲେଖିଥିଲେ। ଏଥିରେ ଥିବା ବିଷ ସେବନ ଦୃଶ୍ୟକୁ ନେଇ ସ୍ୱରା ଆପତ୍ତି ଉଠାଇଥିଲେ। ସତୀ ପ୍ରଥା ଉପରେ ମଧ୍ୟ ସେ ପ୍ରତିକ୍ରିୟା ରଖିଥିଲେ।

‘ବୀରେ ଦି ୱେଡିଂକୁ ନେଇ ବୟାନ୍

ସ୍ୱରା ଭାସ୍କରଙ୍କୁ ସୁପରହିଟ୍ ଫିଲ୍ମ ‘ବୀରେ ଦି ୱେଡିଂ’କୁ ଭଲ ରେସପନ୍‌ସ ମିଳିବା ପରେ ମଧ୍ୟ ପାକିସ୍ତାନରେ ଏହାର ରିଲିଜ୍‌ ପାଇଁ ଅନୁମତି ମିଳିନଥିଲା। ଏହାକୁ ନେଇ ସ୍ୱରା ଭାସ୍କର ଟିପ୍ପଣୀ ଦେଇ ବିବାଦୀୟ ହୋଇଥିଲେ।

ଅଭିନେତ୍ରୀ ସ୍ୱରା ଭାସ୍କର ଲେଖକ ହିମାଂଶୁ ଶର୍ମାଙ୍କ ସହିତ ଲିଭ୍‌-ଇନ୍‌ ରିଲେସନ୍‌ରେ ଅଛନ୍ତି। ସେ ଏହି ସମ୍ପର୍କକୁ କେବେ ଲୁଚାଇ ନାହାନ୍ତି, ବରଂ ଏହାକୁ ନେଇ ଏକ ବିବାଦୀୟ ଟିପ୍ପଣୀ ବି କହିଥିଲେ। ସେ କହିଥିଲେ ଲିଭ-ଇନ୍‌ ରିଲେସନ୍‌ ହେଉଛି ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କ ଭଳି। କାଗଜପତ୍ରରେ ସ୍ୱାମୀ-ସ୍ତ୍ରୀ ନ ହେଲେ ବି ଶାରୀରିକ ସମ୍ପର୍କ ରଖିବାରେ କିଛି ଅସୁବିଧା ନାହିଁ ବୋଲି ମଧ୍ୟ କହିଥିଲେ ସ୍ୱରା।

ବିବାଦୀୟା ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କର ପୁଣି ନିଜର ବିବାଦୀୟ ବୟାନବାଜି ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ଏଥର ସେ ଭାରତୀୟ ସେନା ଉପରେ ଟିପ୍ପଣୀ ଦେଇ ବିବାଦୀୟ ହୋଇଛନ୍ତି।

ସ୍ୱରା ଭାରତୀୟ ସୈନିକମାନଙ୍କୁ ‘ବୋକା’ ବୋଲି କହିଥିଲେ। ସେ ମଧ୍ୟ ମେଜର ଲିତୁଲଙ୍କ ଉପରେ ଟୁଇଟ୍‍ କରିଥିଲେ। ଶ୍ରୀନଗରରେ ଲୋକସଭା ଉପନିର୍ବାଚନ ସମୟରେ ସେନା ଉପରେ ଲୋକେ ପଥର ମାଡ଼ କରୁଥିଲେ। ପୋଲିଙ୍ଗ୍ ପାର୍ଟିକୁ ପଥରମାଡ଼ କରୁଥିବା ଲୋକମାନଙ୍କଠାରୁ ରକ୍ଷା କରିବା ପାଇଁ ମେଜର ଲିତୁଲ ଗୋଗୋଇ ଆର୍ମି ଜିପରେ ପଥର ବାଜ୍‌ମାନଙ୍କୁ ବାନ୍ଧି କରି ଗାଁରେ ବୁଲାଇଥିଲେ। ଏହି କଥାକୁ ନାପସନ୍ଦ କରି ଟୁଇଟ୍‍ କରିଥିଲେ ସ୍ୱରା। ସ୍ୱରା ଭାସ୍କରଙ୍କର ଭାରତୀୟ ସେନାଙ୍କ ଉପରେ ଏହି ଟିପ୍ପଣୀକୁ ସୋସିଆଲ ମିଡିଆରେ ଟ୍ରୋଲ୍‌ କରାଯାଇଥିଲା।

Comment