ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶରେ ବଢ଼ିବାରେ ଲାଗିଛି ସଂକ୍ରମଣ। କରୋନାର ଦ୍ୱିତୀୟ ଲହରୀ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ମୂତାବକ, ଗତ ୨୪ଘଣ୍ଟା ମଧ୍ୟରେ ଦେଶରେ ୧,୩୧,୯୬୮ ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ, ୭୮୦ ଜଣଙ୍କ ମୃତ୍ୟୁ ହୋଇଛି। ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧,୩୦,୬୦,୫୪୨ରେ ପହଞ୍ଚିଛି।

ସେପଟେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ନୂତନ କରୋନା ଜନିତ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କରୋନା ଜନିତ ମୃତ୍ୟୁସଂଖ୍ୟା ୧,୬୭,୬୪୨ରେ ପହଞ୍ଚିଛି। ଏପର୍ଯ୍ୟନ୍ତ ୧,୧୯,୧୩, ୨୯୨ ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ଦେଶରେ ସକ୍ରିୟଙ୍କ ସଂଖ୍ୟା ୯,୭୯,୬୦୮ ରହିଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ, ବର୍ତ୍ତମାନ ସୁଧା ୯,୪୩,୩୪,୨୬୨ ହିତାଧିକାରୀ ଟୀକା ନେଇଛନ୍ତି।

Comment