ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ପୋଲିସ୍ ତରଫରୁ କୋଭିଡ୍ ନିୟମ ଉଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଅପ୍ରେଲ୍ ୭ରୁ ଚାଲିଥିବା ଓଡ଼ିଶା ପୋଲିସ୍‌ର ସ୍ୱତନ୍ତ୍ର ଡ୍ରାଇଭ୍‌ର ଦ୍ୱିତୀୟ ଦିନରେ ସମୁଦାୟ ୧୧୮୦୧ ବ୍ୟକ୍ତିଙ୍କଠାରୁ ୨୬ ଲକ୍ଷ୬୧ ହଜାର ୪୫୦ଟଙ୍କା ଜରିମାନା ଆଦାୟ କରାଯାଇଛି।

ଏହି ଦୁଇ ଦିନ ମଧ୍ୟରେ ମୋଟ ୨୧୦୨୧ ବ୍ୟକ୍ତିଙ୍କଠାରୁ ୫୧ଲକ୍ଷ ୬୯ହଜାର ୩୫୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ଦ୍ୱିତୀୟ ଦିନରେ ସାମାଜିକ ଦୂରତା ବଜାୟ ରଖି ନ ଥିବା ୧୪୦୫ଜଣ ବ୍ୟକ୍ତିଙ୍କଠାରୁ ୧,୫୬,୪୫୦ ଟଙ୍କା ଏବଂ ସର୍ବସାଧାରଣ ସ୍ଥାନରେ ମୁହଁରେ ମାସ୍କ ପିନ୍ଧି ନ ଥିବା କାରଣରୁ ୧୦, ୩୯୬ ବ୍ୟକ୍ତିଙ୍କଠାରୁ ୨୫,୦୫,୦୦୦ଟଙ୍କା ଜରିମାନା ଆଦାୟ କରାଯାଇଛି।

ଆଗାମୀ ଦିନରେ କୋଭିଡ୍ କଟକଣାକୁ ଜୋରଦାର କରାଯିବ। କୋଭିଡ୍ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ସହ ସାମାଜିକ ଦୂରତା ରକ୍ଷା ଏବଂ ମାସ୍କ ପରିଧାନ ନିୟମକୁ ଠିକ୍ ଭାବେ କାର୍ଯ୍ୟକାରୀ କରିବା ପାଇଁ ପୋଲିସ୍ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି।

Comment